ଆଇପିଏଲ୍‌ ନିଲାମୀ: ରେକର୍ଡ କଲେ ଦକ୍ଷିଣ ଆଫ୍ରିକାର ଅଲ୍‌ରାଉଣ୍ଡର କ୍ରିସ୍‌ ମୋରିସ୍‌, ୧୬.୨୫ କୋଟିରେ କିଣିଲା ରାଜସ୍ଥାନ ରୟାଲ୍ସ

ଦକ୍ଷିଣ ଆଫ୍ରିକାର ଫାଷ୍ଟ୍‍ ବୋଲିଂ ଅଲ୍‌ରାଉଣ୍ଡର କ୍ରିସ୍‌ ମୋରିସ୍‌ ଆଇପିଏଲ୍‌ ଇତିହାସରେ ସବୁଠୁ ମହଙ୍ଗା ଖେଳାଳି ହୋଇଛନ୍ତି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୨୦୨୧ ସଂସ୍କରଣ ପାଇଁ ଖେଳାଳି ନିଲାମୀ ଚାଲିଥିବା ବେଳେ ରାଜସ୍ଥାନ ରୟାଲ୍ସ ମୋରିସ୍‌ଙ୍କୁ ୧୬.୨୫ କୋଟିରେ କିଣିଛି। ଏହା ପୂର୍ବରୁ ଆଇପିଏଲ୍‌ ଇତିହାସରେ ସବୁଠୁ ଅଧିକ ୧୬ କୋଟି ଦାମ୍‌ରେ ଯୁବରାଜ ସିଂ ବିକ୍ରି ହୋଇଥିଲେ। ମୋରିସ୍‌ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଲାଙ୍ଗୋର୍‌ ଟିମ୍‌ର ଅଂଶ ଥିଲେ। ତାଙ୍କୁ ଆଇପିଏଲ୍‌ ୨୦୨୦ ନିଲାମୀରେ ଆର୍‌ସିବି ୧୦ କୋଟିରେ କିଣିଥିଲା।

ସେପଟେ ଭାରତର ଯୁବ ଅଲ୍‌ରାଉଣ୍ଡର ଶିବମ୍‌ ଦୁବେଙ୍କୁ ରାଜସ୍ଥାନ ରୟାଲ୍ସ ୪.୪୦ କୋଟି ଟଙ୍କାରେ କିଣିଛି। ଶିବମ୍‌ ଆଇପିଏଲ୍‌ ୨୦୨୦ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍‌ ଟିମ୍‌ର ଅଂଶ ଥିଲେ। ଇଂଲଣ୍ଡର ସ୍ପିନ୍‌ ଅଲ୍‌ରାଉଣ୍ଡର ମୋଇନ୍‌ ଅଲୀଙ୍କୁ ଚେନ୍ନାଇ ସୁପର କିଙ୍ଗସ୍‌ ୭ କୋଟିରେ କିଣିଛି। ସେ ପୂର୍ବରୁ ବାଙ୍ଗାଲୋର୍‌ ଟିମ୍‌ରେ ଖେଳୁଥିଲେ। କିନ୍ତୁ ଏବେ ସେ ଚେନ୍ନାଇ ଟିମ୍‌ରେ ନଜର ଆସିବେ।

ସେହିପରି ବାଂଲାଦେଶ ସ୍ପିନ୍‌ ଅଲ୍‌ରାଉଣ୍ଡର ଶାକିବ୍‌ ଅଲ ହସନଙ୍କୁ କୋଲକାତା ନାଇଟ୍‌ ରାଇଡର୍ସ ୩.୨୦ କୋଟିରେ କିଣିଛି। ଶାକିବ୍‌ ଗତବର୍ଷ ଏହି ଲିଗ୍‌ର ଅଂଶ ନ ଥିଲେ। ତାଙ୍କର ବ୍ରେସ୍‌ ପ୍ରାଇଜ୍‌ ୨ କୋଟି ଟଙ୍କା ଥିଲା। ଶାକିବଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସେଓ୍ଵଲଙ୍କୁ ୧୪.୨୫ କୋଟିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍‌ କିଣିଛି। ମ୍ୟାକ୍ସେଓ୍ଵଲଙ୍କୁ କିଣିବା ପାଇଁ ଚେନ୍ନାଇ ସୁପର କିଙ୍ଗସ୍‌ ବହୁତ ଚେଷ୍ଟା କରିଥିଲା, କିନ୍ତୁ ପଇସା ଅଭାବରୁ ଏହା କିଣିପାରି ନ ଥିଲା। ଅଷ୍ଟ୍ରେଲିୟାନ୍‌ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୨.୨୦ କୋଟିରେ କିଣିଛି। ସ୍ମିଥ୍‌ ଏହା ପୂର୍ବରୁ ରାଜସ୍ଥାନର ଅଂଶ ଥିଲେ।

ଏ ପର୍ଯ୍ୟନ୍ତ ବିକ୍ରି ହୋଇ ନାହାନ୍ତି

କରୁଣ ନାୟର, କେଦାର ଯାଧବ, ଜେସନ ରୟ ଓ ଏଲେକ୍ସ ହେଲ୍ସଙ୍କ ଭଳି ବଡ଼ ଖେଳାଳିଙ୍କୁ ଆଇପିଏଲ୍‌ ନିଲାମୀରେ କିଣାଯାଇନାହିଁ।

Leave A Reply

Your email address will not be published.