ବିଦେଶୀ ଯାତ୍ରୀଙ୍କ ପାଇଁ ବଢ଼ିଲା କଟକଣା, ଆଉ ସହଜ ନୁହେଁ ଭାରତ ପ୍ରବେଶ

ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲରେ କରୋନାର ନୂଆ ଭେରିୟାଣ୍ଟକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ବିଦେଶ ଫେରନ୍ତା ଯାତ୍ରୀ ମାନଙ୍କ ପାଇଁ ଜାରି ହୋଇଥିବା ନିର୍ଦ୍ଦେଶନାମା ବା ଏସଓପିରେ କିଛିଟା ପରିବର୍ତ୍ତନ ଆଣିଛନ୍ତି । କେନ୍ଦ୍ରୀୟ ସିଭିଲ ଆଭିଏସନ ମନ୍ତ୍ରାଳୟ ତରଫରୁ ବୁଧବାର ଏହି ପରିବର୍ତ୍ତନ ଅଣାଯାଇଛି । ଆସନ୍ତା ଫେବୃଆରୀ ୨୨ ତାରିଖ ରାତି ୧୧ଟା ୫୯ ମିନିଟରୁ ଏହି ନୂଆ ନିୟମ ଲାଗୁ ହେବ ବୋଲି ଜଣାଯାଇଛି । ଏହି ଅପଡ଼େଟ ଏସଓପିକୁ ଦୁଇ ଭାଗ ଏ ଓ ବିରେ ବିଭକ୍ତ କରାଯାଇଛି । ପାର୍ଟ ଏରେ ବ୍ରିଟେନ, ୟୁରୋପ, ମଧ୍ୟ ପୂର୍ବ ଦେଶ ଥିବା ବେଳେ ଅନ୍ୟାନ ଦେଶର ଯାତ୍ରୀଙ୍କୁ ପାର୍ଟ ବି ଅନ୍ତର୍ଭୁକ୍ତ କରାଯାଇଛି । ଭାଗ ଏ ଦିଶାନିର୍ଦ୍ଦେଶକୁ ଚାରି ଭାଗରେ ବିଭକ୍ତ କରାଯାଇଛି । ଯାତ୍ରା କରିବା ପୂର୍ବରୁ ଯାତ୍ରୀ ମାନଙ୍କୁ ଏକ ସେଲ୍ଫ ଡ଼ିକ୍ଳାରେସନ ବା ଏକ ସ୍ଵ-ଘୋଷଣା ପତ୍ର ଦାଖଲ କରିବାକୁ ହେବ ।

ଏହା ସହ ଆରଟି-ପିସିଆର ନେଗେଟିଭ ଯାଞ୍ଚ ରିପୋର୍ଟ ବି ଦେବାକୁ ହେବ । ହଁ ଏହି ପରୀକ୍ଷା ଯାତ୍ରା ଦିନର ୭୨ ଘଣ୍ଟା ପୂର୍ବରୁ ହିଁ ହେବା ଉଚିତ । ପ୍ରଶାସନ ଦ୍ୱାରା ନିର୍ଦ୍ଦେଶିତକୁ ଅନୁପାଳନ କରିବେ ବୋଲି ଯାତ୍ରୀଙ୍କୁ ଦାବି ପତ୍ର ଦେବାକୁ ହେବ । ପହଂଚିବା ପରେ ୧୪ ଦିନ ପର୍ଯ୍ୟନ୍ତ ହୋମ କ୍ଵାରେଣ୍ଟୀନରେ ରହିବେ ବୋଲି ଯାତ୍ରୀ ମାନେ ନିଜ ଦାବି ପତ୍ରରେ ସ୍ଵାକ୍ଷର କରିବେ । କିନ୍ତୁ କୌଣସି ଜ୍ଞାତି ପରିଜନଙ୍କ ମୃତ୍ୟୁ ହୋଇଥିଲେ ଏହି ନୀତି ନିୟମରେ କିଛିଟା କୋହଲତା ଅଣାଯିବ । ଏମିତି ଲୋକଙ୍କ ପାଇଁ କୌଣସି ନେଗେଟିଭ ଆରଟି-ପିସିଆର ରିପୋର୍ଟ ଦାଖଲ କରିବା ଦରକାର ପଡିବ ନାହିଁ ।

କହିରଖିବା ଉଚିତ ହେବକି, କରୋନାର ନୂଆ ଟ୍ରେଣ୍ଡ ସାମ୍ନାକୁ ଆସିବା ପରେ ଡ଼ିଜିସିଏ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ଉଡ଼ାଣ ଉପରେ ଲଗାଯାଇଥିବା ରୋକକୁ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । କିନ୍ତୁ ଏୟାର ବବଲ ନିୟମରେ କେତୋଟି ଦେଶକୁ ଉଡ଼ାଣ ହେଉଛି ।

Leave A Reply

Your email address will not be published.