Below header

ଅପ୍ରେଲ ପହିଲାରୁ ମୋବାଇଲ୍‌ରେ କଥା ହେବା ହେବ ମହଙ୍ଗା, ଇଣ୍ଟରନେଟ ଦର ମଧ୍ୟ ବଢ଼ିବ

ନୂଆଦିଲ୍ଲୀ :  ୧ ଅପ୍ରେଲରୁ ମୋବାଇଲ୍‌ରେ କଥା ହେବା ଏବେ ମହଙ୍ଗା ହେବ । ଇଣ୍ଟରନେଟ ଦର ମଧ୍ୟ ବଢ଼ିବ । ଏମିତି କହିଛି ଦୂରସଂଚାର କମ୍ପାନୀ । ରେଟିଂ ଏଜେନ୍ସି ଇକ୍ରା ର ଏକ ରିପୋର୍ଟ ଅନୁଯାୟୀ ଏହି ଖବର ପ୍ରକାଶ ପାଇଛି । କରୋନା ସଙ୍କଟ ଓ ବଶେଷକରି ଲକ୍‌ଡାଉନ୍‌ ସମୟରେ ଦୂରସଂଚାର କମ୍ପାନୀମାନେ ଭଲ ରାଜସ୍ୱ ଆୟ କରିଥିଲେ । ହେଲେ ତାହା କମ୍ପାନୀ ପାଇଁ ପର୍ଯ୍ୟାପ୍ତ ନଥିଲା । କମ୍ପାନୀର ବଢ଼ୁଥିବା ଖର୍ଚ୍ଚକୁ ଲକ୍ଷ୍ୟ କରି କମ୍ପାନୀ ଏବେ ମୋବାଇଲ ଟାରିଫ ବଢ଼ାଇବ ବୋଲି ପ୍ରକାଶ କରିଛି ।

ଏଜିଆର ରେ ଥିବା ବାକି :

ଦୂର ସଂଚାର କମ୍ପାନୀ ଉପରେ ଏଜିଆର ର ୧.୬୯ ଲକ୍ଷ କୋଟି ଟଙ୍କାର ବାକି ପଡ଼ି ରହିଛି । ଏ ପର୍ଯ୍ୟନ୍ତ କେବଳ ୧୫ ଟେଲିଫୋନ କମ୍ପାନୀ ମାତ୍ର ୩୦,୨୫୪ କୋଟି ଟଙ୍କା ପଇଠ କରିଛନ୍ତି । ଏୟାରଟେଲ୍‌ ଉପରେ ପ୍ରାୟ ୨୫,୯୭୬ କୋଟି ଟଙ୍କା, ଭୋଡାଫୋନ ଆଇଡିଆ ଉପରେ ୫୦,୩୯୯ କୋଟି ଟଙ୍କା ଏବଂ ଟାଟା ଟେଲିସର୍ଭିସ ଉପରେ ପ୍ରାୟ ୧୬,୭୯୮ କୋଟି ଟଙ୍କା ବାକି ପଡ଼ିଛି ।

କମ୍ପାନୀର ୧୦ ପ୍ରତିଶତ ବକେୟା ଟଙ୍କା ଚଳିତ ଆର୍ଥିକ ବର୍ଷରେ ଓ ଶେଷ ବକେୟା ରାଶି ଆଗାମୀ ବର୍ଷରେ ଦେବାକୁ ପଡ଼ିଥାଏ । ଯଦି ଦୂରସଂଚାର କମ୍ପାନୀ ଏହି ଟାରିଫ୍‌ ବଢ଼ାଏ ତେବେ ଦୂରସଂଚାର ଉଦ୍ୟୋଗର ୧୩ ପ୍ରତିଶତ ରାଜସ୍ୱ ବଢ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.