୭୬୯ ଟଙ୍କାର ଗ୍ୟାସ୍ ସିଲିଣ୍ଡରକୁ କିଣନ୍ତୁ ମାତ୍ର ୬୯ ଟଙ୍କାରେ, ଜାଣନ୍ତୁ କେମିତି ଉଠାଇବେ ଏହି ଅଫରର ଲାଭ

ରୋଷେଇ ଗ୍ୟାସ ସିଲିଣ୍ଡର ସହର ଠାରୁ ନେଇ ଗାଁ ପର୍ଯ୍ୟନ୍ତ ସମସ୍ତଙ୍କ ଘରେ ଉପଯୋଗରେ ଆସିଥାଏ। ଏବେ ନିକଟରେ ସରକାର ଏଲପିଜି ଦାମରେ ୫୦ ଟଙ୍କା ବୃଦ୍ଧି କରାଇଛନ୍ତି। ଯାହାପରେ ବିନା ସବସିଡିଯୁକ୍ତ ୧୪.୨ କିଲୋଗ୍ରାମର ଏଲପିଜି ସିଲିଣ୍ଡରର ଦାମ୍ ବଢ଼ାଇ ୭୬୯ ଟଙ୍କା ହୋଇଯାଇଛି। ପ୍ରତି ମାସ୍ ଗ୍ୟାସ୍ ବଢ଼ୁଥିବା ଗ୍ୟାସ୍ ସିଲିଣ୍ଡରର ଏହା ଦ୍ୱିତୀୟ ଥର ବୃଦ୍ଧି। ପ୍ରଥମେ ୨୫ ଟଙ୍କା ଏବଂ ଦ୍ୱିତୀୟ ଥର ୫୦ ଟଙ୍କା ବୃଦ୍ଧି କରାଯାଇଛି। କିନ୍ତୁ ଏବେ ଆପଣ ଏହି ମହଙ୍ଗା ସିଲିଣ୍ଡରକୁ ମାତ୍ର ୬୯ ଟଙ୍କାରେ କିଣିପାରିବେ। ତେବେ ଆସନ୍ତୁ ଜାଣିବା କେମିତି ଆପଣ ଏତେ କମରେ ସିଲିଣ୍ଡର କିଣିପାରିବେ ଆଉ କେମିତି ଏହି ଅଫରର ଲାଭ ଉଠାଇପାରିବେ।

ଆପଣ ପେଟିଏମରେ ନିଜର ଏଲପିଜି ସିଲିଣ୍ଡରକୁ ବୁକ୍ କରି ୭୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ। ପେଟିଏମର ଖାସ୍ କ୍ୟାସବ୍ୟାକର ଫାଇଦା ଉଠାଇ ଆପଣ ଏହାକୁ ମାତ୍ର ୬୯ ଟଙ୍କାରେ କିଣିପାରିବେ।

ଜାଣନ୍ତୁ କେମିତି ଉଠାଇବେ ଅଫରର ଲାଭ

  • ଷ୍ଟେପ ୧ – ଯଦି ଆପଣଙ୍କ ଫୋନରେ ପେଟିଏମ ଆପ୍ ନାହିଁ ତେବେ ପ୍ରଥମେ ଏହାକୁ ଡାଉନଲୋଡ୍ କରନ୍ତୁ।
  • ଷ୍ଟେପ ୨ – ଏବେ ଆପଣ ନିଜ ଫୋନରେ ପେଟିଏମ୍ ଆପ୍ ଖୋଲନ୍ତୁ।
  • ଷ୍ଟେପ ୩ – ଏହାପରେ  ‘recharge and pay bills’ କୁ ଯାଆନ୍ତୁ।
  • ଷ୍ଟେପ ୪ – (ଏବେ ବୁକ୍ ଏ ସିଲିଣ୍ଡର) ଅପସନକୁ ଖୋଲନ୍ତୁ।
  • ଷ୍ଟେପ ୫ – ଭାରତ ଗ୍ୟାସ, ଏଚପି ଗ୍ୟାସ୍ କିମ୍ବା ଇଣ୍ଡେନ ଗ୍ୟାସରୁ ନିଜ ଗ୍ୟାସ୍ ପ୍ରୋଭାଇଡର ଚୟନ କରନ୍ତୁ।
  • ଷ୍ଟେପ ୬ – ରେଜିଷ୍ଟର୍ଡ ମୋବାଇଲ ନମ୍ବର କିମ୍ବା ନିଜ LPG ID ଏଣ୍ଟର କରନ୍ତୁ।
  • ଷ୍ଟେପ ୭ – ଏହାପରେ ଆପଣଙ୍କୁ ପେମେଣ୍ଟ ଅପସନ୍ ଦେଖାଯିବ।
  • ଷ୍ଟେପ ୮ – ଏବେ ପେମେଣ୍ଟ କରିବା ପୂର୍ବରୁ ଅଫର ଉପରେ ପୋମୋ କାର୍ଡ ଦିଅନ୍ତୁ।

୨୮ ଫେବୃୟାରୀ ପର୍ଯ୍ୟନ୍ତ ରହିଛି ଅଫର୍‌

୭୦୦ ଟଙ୍କା ପର୍ଯ୍ୟନ୍ତ ଏହି କ୍ୟାସବ୍ୟାକ୍ ଅଫରକୁ ଆପଣ ପେଟିଏମ୍ ଆପ୍ ମାଧ୍ୟମରେ ପ୍ରଥମ ଥର ଏଲପିଜି ଗ୍ୟାସ ସିଲିଣ୍ଡର ବୁକ୍ କଲେ ପାଇପାରିବେ। ଗ୍ରାହକ Paytm LPG Cylinder Booking Cashback Offerର ଲାଭ ୨୮ ଫେବୃୟାରୀ ୨୦୨୧ ପର୍ଯ୍ୟନ୍ତ ଉଠାଇ ପାରିବେ। ଏହି ଅଫର ପାଇଁ ପେଟିଏମ୍ ଅନେକ ଗ୍ୟାସ୍ କମ୍ପାନୀ ସହିତ ଡିଲ୍ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.