Below header

ମା’ ଘର ପରିଚାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା, ତଦନ୍ତ ପାଇଁ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍

ମା’ ଘର ପରିଚାଳକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା । ତଦନ୍ତ ପାଇଁ ମୁନିଗୁଡ଼ାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ । ଭୁବନେଶ୍ବରରୁ ଏକ ବୈଷୟିକ ଟିମ୍ ଚନ୍ଦ୍ରପୁର ଠାରେ ଡେରା ପକାଇଛନ୍ତି।

ରାୟଗଡ଼ା (କେନ୍ୟୁଜ): ମା’ ଘର ପରିଚାଳକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା । ତଦନ୍ତ ପାଇଁ ମୁନିଗୁଡ଼ାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ । ଭୁବନେଶ୍ବରରୁ ଏକ ବୈଷୟିକ ଟିମ୍ ଚନ୍ଦ୍ରପୁର ଠାରେ ଡେରା ପକାଇଛନ୍ତି।

ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଠାରେ ଗତ ୨୧ ତାରିଖ ଦିନ ମିଳିଥିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ମୃତକ ହେଲେ ଲକ୍ଷ୍ମୀ ମାଝି ସେ ଜଣେ ଦିବ୍ୟାଙ୍ଗ ଥିଲେ । ଲକ୍ଷ୍ମୀ ମାଝୀଙ୍କ ଘର କାଶୀପୁର ଅଞ୍ଚଳର ହୋଇଥିବା ବେଳେ ସେ ଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ମାଆ ଗୃହର ପରିଚାଳିକା ଭାବେ କାମ କରୁଥିଲେ । ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ପରିତ୍ୟକ୍ତ କୋଠରୀରୁ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ଏନେଇ ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ଓ ଚନ୍ଦ୍ରପୁର ପୋଲିସକୁ ସୂଚନା ଦିଆଯାଇଥିଲା । ଲକ୍ଷ୍ମୀଙ୍କ ପୁରା ଶରୀର ପୋଡ଼ି ଯାଇଥିବା ବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନି । ସେପଟେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଲକ୍ଷ୍ମୀଙ୍କ ଶରୀରରେ କିଭଳି ନିଆଁ ଲାଗିଲା ତାହାକୁ ନେଇ ପ୍ରଶ୍ନ ଉଠିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.