୩୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ଲାନ୍‌ କରୁଛି ଗୁଗଲ, ରିପୋର୍ଟ

ଗୁଗଲ କମ୍ପାନୀରେ ପୁଣି ଥରେ ବଡ଼ ଧରଣର ଛଟେଇ ହେବାକୁ ଯାଉଛି । ରିପୋର୍ଟ ଅନୁଯାୟୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AIରେ କିଛି ପରିବର୍ତ୍ତନ ହେବା ପରେ କମ୍ପାନୀ ଏହାର ବିଜ୍ଞାପନ ସେଲ୍‌ ୟୁନିଟରୁ ୩୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ଲାନ୍‌ କରୁଛି ।

ଗୁଗଲକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଗୁଗଲ କମ୍ପାନୀରେ ପୁଣି ଥରେ ବଡ଼ ଧରଣର ଛଟେଇ ହେବାକୁ ଯାଉଛି । ରିପୋର୍ଟ ଅନୁଯାୟୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AIରେ କିଛି ପରିବର୍ତ୍ତନ ହେବା ପରେ କମ୍ପାନୀ ଏହାର ବିଜ୍ଞାପନ ସେଲ୍‌ ୟୁନିଟରୁ ୩୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ଲାନ୍‌ କରୁଛି । ଯାହାକୁ ନେଇ କମ୍ପାନୀର କର୍ମଚାରୀମାନେ ଚିନ୍ତାରେ ଅଛନ୍ତି ।

ରିପୋର୍ଟରେ କୁହାଯାଇଛି ଯେ ଗୁଗଲର ନୂଆ କ୍ୟାମ୍ପେନ୍‌ ପ୍ଲାନର ‘ପର୍ଫମାନ୍ସ ମ୍ୟାକ୍ସ’ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଦ୍ୱାରା ସ୍ୱୟଂଚାଳିତ ଭାବରେ ବିଜ୍ଞାପନ ପ୍ରସ୍ତୁତ କରିପାରିବ । ଯାହା ଦ୍ୱାରା ମଣିଷଙ୍କର କୌଣସି ଆବଶ୍ୟକତା ରହିବ ନାହିଁ । ଏଭଳି ପରିସ୍ଥିତିରେ ବିଜ୍ଞାପନ ସେଲ୍‌ ୟୁନିଟ୍ ପାଇଁ କର୍ମଚାରୀଙ୍କ ଆବଶ୍ୟକତା ନାହିଁ ।

ଆପଣଙ୍କୁ କହି ରଖିବାକୁ ଚାହିଁବୁ ଯେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ୟାମ୍ପେନ ପ୍ଲାନର ‘ପର୍ଫମାନ୍ସ ମ୍ୟାକ୍ସ’ ୨୦୨୧ ମସିହାରେ ଗୁଗଲ ଦ୍ୱାରା ଲଞ୍ଚ କରାଯାଇଥିଲା । ଯାହାକୁ ଚଳିତ ବର୍ଷ ଜେନେରେଟିଭ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଧାରିତ ଫିଚର୍ସ ସହିତ ଏହାକୁ ଅପଗ୍ରେଡ କରାଯାଇଛି । ଏହି ଅପଡେଟ ପରେ ପ୍ଲାନର ପାଇଁ ବିଜ୍ଞାପନ ପ୍ରସ୍ତୁତ କରିବା ଅଧିକ ସହଜ ହୋଇଛି ।

ଏଭଳି ପରିସ୍ଥିତିରେ ବହୁ ସଂଖ୍ୟକ ଆଡଭାଟାଇଜର୍ସମାନେ ୟୁଟ୍ୟୁବ୍, ସର୍ଚ୍ଚ, ଡିସପ୍ଲେ , ଡିସ୍କଭର, ଜିମେଲ୍ ଏବଂ ମ୍ୟାପ୍ସ ଭଳି ଗୁଗଲର ସର୍ଭିସରେ ଥିବା ବିଜ୍ଞାପନ ସେଲ୍‌ ପାଇଁ ‘ପର୍ଫମାନ୍ସ ମ୍ୟାକ୍ସ’ ଗ୍ରହଣ କରିଥିବା ଜଣାପଡ଼ିଛି । ସୂଚନା ଥାଉ କି ଗୁଗଲ ଚଳିତ ବର୍ଷ ଆରମ୍ଭରେ ୧୨,୦୦୦ କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.