Below header

ଓଟିଭି ସିଏଫଓକୁ କୋର୍ଟ ଚାଲାଣ କଲା କ୍ରାଇମ ବ୍ରାଞ୍ଚ, ରବିବାର ହୋଇଥିଲେ ଗିରଫ

ଖୋର୍ଦ୍ଧା(କେ ନ୍ୟୁଜ): ସାରୁଅ ଜମି କିଣାବିକା ଦୁର୍ନୀତି ମାମଲାରେ ଓଡିଶା ଇନ୍ଫ୍ରାଟେକ ନିର୍ଦ୍ଦେଶକ ମନୋରଞ୍ଜନ ଷଡଙ୍ଗୀ ଓ ଏଜେଣ୍ଟ ଶିବ ପ୍ରସାଦଙ୍କୁ ଆଜି କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ ଅପରାଧ ଶାଖା EOW । ଉଭୟଙ୍କର ମେଡ଼ିକାଲ ଯାଂଚ କ୍ୟାପିଟାଲ ହସ୍ପିଟାଲରେ କରାଯିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି । ସୂଚନା ଦେବା ଯୋଗ୍ୟଯେ, ଦୁହିଁଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଉଛି । ବେଆଇନ ଜମି କିଣାବିକା ଦୁର୍ନୀତିରେ ସମ୍ପୃକ୍ତିକୁ ନେଇ ଦୁହିଁଙ୍କୁ କ୍ରାଇମ ବ୍ରାଞ୍ଚ ଅପରାଧ ଶାଖା EOW ପକ୍ଷରୁ ରବିବାର ସେମାନଙ୍କୁ ଗିରଫ କରାଯାଇ ପଚରାଉଚୁରା କରାଯାଇଥିଲା ।

ଆଜି ସେମାନଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ଦୁହିଁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯାଇଛି । କହିରଖିବା ଉଚିତ ହେବଯେ, ଖୋର୍ଦ୍ଧା ଜିଲ୍ଲା ସାରୁଅ ଠାରେ ଜଣେ ଅନୁସୂଚୀତ ଜାତିର ବ୍ୟକ୍ତିଙ୍କ ଠାରୁ ବେଆଇନ୍‌ ଭାବେ ଜମି କିଣାଯାଇଥିବା ମାମଲାରେ ତାଙ୍କ ସଂପୃକ୍ତି ନେଇ ଦୁହିଁଙ୍କ ବିରୋଧରେ ଅଭିଯୋଗ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.