ରାସ୍ତା ଉପରେ ଚାଲୁଥିଲା ଅଦ୍ଭୁତ ମୁଣ୍ଡ ଥିବା ସାପ, ଲୋକେ ଆଶ୍ଚର୍ଯ୍ୟ ହୋଇ କହିଲେ ଏପରି

ଏଇ ୨୦୨୦ ବର୍ଷରେ ଆଉ କଣ କଣ ସବୁ ଅଜବ ଜିନିଷ ଦେଖିବାକୁ ମିଳିବ ତାହା କେହି ଜାଣିନାହାଁନ୍ତି। ଏହା ଆମେ ଏଥିପାଇଁ କହୁଛୁ କାରଣ ଏବେ ସୋସିଆଲ ମିଡିଆରେ ଏକ ଅଜବ ରୂପର ସାପକୁ ଦେଖିବାକୁ ମିଳୁଛି। କିନ୍ତୁ ତାପୂର୍ବରୁ ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ କଣ ଆପଣ କେବେ ଅଧା ଚନ୍ଦ୍ର ଭଳି ମୁଣ୍ଡ ଥିବା ସାପକୁ ଦେଖିଛନ୍ତି। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା, ହଁ ଆଜ୍ଞା ଏହି ସାପଟି ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।

ଏହି ଅଜବ ରୂପ ଥିବା ସାପର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭର୍ଜିନିଆ ଓ୍ଵାଇଲ୍ଡଲାଇଫ ମ୍ୟାନେଜମେଣ୍ଟ ଆଣ୍ଡ କଣ୍ଟ୍ରୋଲର ସ୍ନେକ ଆଇଡେଣ୍ଟିଫିକେସନ ହଟଲାଇନ ଏହି ଅଦ୍ଭୁତପୂର୍ଣ୍ଣ ସାପକୁ ଦେଖିଛନ୍ତି। ତେବେ ଏହାକୁ ଯେତେବେଳ ପୋଷ୍ଟ କରାଗଲା ସେତେବେଳେ ବହୁତ ଲୋକ ଏହାକୁ ନେଇ ବିଭିନ୍ନ ପ୍ରକାର ଟିପ୍ପଣୀ ରଖିଲେ।

ତେବେ ଏହାପରେ ଏହି ଅଦ୍ଭୁତ ସାପ ବିଷୟରେ ଜଣାପଡିଲା। ଏହାକୁ ହାମରହେଡ ଓ୍ଵାର୍ମ କୁହାଯାଉଛି। ଯାହା ଏକ ଆକ୍ରାମକ ପ୍ରଜାତିର ଅଟେ। ସେହିପରି ଆଉ କିଛି ଲୋକ ନିଜ ଟିପ୍ପଣୀରେ ଜଣାଇଛନ୍ତି ଯେ ଏହାକୁ ମାରିବା ବହୁତ କଠିନ। ଏହାକୁ ସମ୍ପୂର୍ଣ୍ଣ ମାରିବା ପରେ ବି ଏହା ପୁନଃ ଜୀବିତ ହୋଇଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.