Below header

ଭିଜିଲାନ୍ସ ଜାଲରେ ୫ କୋଟି ଟଙ୍କାର ସମ୍ପତ୍ତି ଥିବା ହିନ୍ଦୀ ମାଷ୍ଟର, ବ୍ରହ୍ମପୁରରେ ୩ କୋଟି ଟଙ୍କାର ଦୁଇଟି ବିଲ୍ଡିଂ ଓ  ଭୁବନେଶ୍ୱରରେ ଅଛି ୨୮ ଲକ୍ଷ ଟଙ୍କାର ଏକ ଆପାର୍ଟମେଣ୍ଟ

କେନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍ସ ଜାଲରେ ୫ କୋଟି ଟଙ୍କା ସଂପତ୍ତି ଥିବା ହିନ୍ଦୀ ମାଷ୍ଟର। ଶିକ୍ଷକ ଜଣକ ହେଉଛନ୍ତି  ଗଂଜାମ ରଙ୍ଗେଇଲୁଣ୍ଡା ଝାଡ଼ାଙ୍କୁଲି ଗାଁ ଯଶୋଦା ହାଇସ୍କୁଲର ଶିକ୍ଷକ ଭୁବନାନନ୍ଦ ସାହୁ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ  ଅଭିଯୋଗରେ ଭିଜିଲାନ୍ସ ଆଜି ବ୍ରହ୍ମପୁର, ଭୁବନେଶ୍ୱର ସମେତ ୧୦ଟି ସ୍ଥାନରେ ରେଡ୍ କରିଥିଲା। ସୁନା, ନଗଦ ଟଙ୍କା, ବ୍ୟାଙ୍କ ପାସ୍‌ବୁକ୍ ଓ କିଛି ଗାଡ଼ି ମଟର ଜବତ ହୋଇଛି। ଏହି ସମୟରେ ଭିଜିଲାନ୍ସ ଭୁବନାନନ୍ଦର ମୋଟ ୪ କୋଟି ୯୩ ଲକ୍ଷରୁ ଅଧିକ ଟଙ୍କାର ସଂପତ୍ତି ଠାବ କରିଛି ।

ବ୍ରହ୍ମପୁରରେ ୩ କୋଟି ଟଙ୍କାର ମୂଲ୍ୟର ୨ଟି ଘର ଥିବା ବେଳେ ଭୁବନେଶ୍ୱରରେ ଅଛି ୨୮ ଲକ୍ଷ ଟଙ୍କାର ଏକ ଆପାର୍ଟମେଣ୍ଟ। ବ୍ରହ୍ମପୁରରେ ୩୮ ଲକ୍ଷ ଟଙ୍କାର ୧୦ଟି ପ୍ଲଟ ବି ଅଛି। ପୁରୀ, ଗୋପାଳପୁରରେ ଅଛି ଆପାର୍ଟମେଣ୍ଟ। ଏଲ୍ଆଇସିରେ ସେ ନିବେଶ କରିଛନ୍ତି ୨୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.