କୋରାପୁଟ: କରୋନାକୁ ମାତ ଦେଲେ ଗୁରୁତର ହୋଇଥିବା ୯୧ ବର୍ଷର ବୃଦ୍ଧ, ଡାକ୍ତର,ନର୍ସ ଓ ସମସ୍ତ ଟିମକୁ ଶ୍ରେୟ ଦେଲେ ପରିବାର

ଜୟପୁର(କେନ୍ୟୁଜ୍): କରୋନାକୁ ମାତ ଦେଲେ ୯୧ ବର୍ଷର ବୃଦ୍ଧ ।। କୋରାପୁଟ କୋଟପାଡର ଗୋଟିଏ ପରିବାରର ପାଞ୍ଚ ଜଣ ଅକ୍ଟୋବର ୩ ତାରିଖରେ କରୋନା ଆକ୍ରାନ୍ତ ହୋଇ ଜୟପୁର କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଉ ଆଜି ସୁ୍ସ୍ଥ ହୋଇ ଫେରିଛନ୍ତି ଘରକୁ । ପୁରା ପରିବାରର ୫ ଜଣ ସୁସ୍ଥ ହୋଇଥିବା ବେଳେ ଗୁରୁତର ହୋଇଥିବା ବୃଦ୍ଧ ବାପାଙ୍କ ସୁସ୍ଥତାକୁ ନେଇ ପୁରା ପରିବାର ଖୁସି । ବୃଦ୍ଧ ଅବିନାଶଙ୍କର ପତଳା ଝାଡା ଓ ଜ୍ବର ଥିବା ବେଳେ ସେ ଗୁରୁତର ଅବସ୍ଥାରେ ଡାକ୍ତରଖାନା ଆସିଥିଲେ।  ଆଉ ବାପାଙ୍କୁ ସୁସ୍ଥ କରି ଘରକୁ ନେବେ ବୋଲି ଭାବିନଥିଲେ ବୋଲି କହିଛନ୍ତି ଝିଅ ରଶ୍ମି ପଣ୍ଡା ।

covid deafeat

ଗୋଟିଏ ପରିବାରର ୫ଜଣ ୧୩ଦିନ ଧରି ଜୟପୁର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଜଣେ ବୃଦ୍ଧ ଓ ଜଣେ ମାନସିକ ଗ୍ରସ୍ତ ଯୁବକଙ୍କ ସୁସ୍ଥତା ସମସ୍ତଙ୍କୁ ଖୁସି ଦେଇଛି । ତେବେ ଡାକ୍ତର ନର୍ସ ଓ ସମସ୍ତ ଟିମର ସେବା ଯୋଗୁଁ ଏହା ସମ୍ଭବ ବୋଲି କହିଛନ୍ତି ପରିବାର ଲୋକେ । ସେପଟେ ଡାକ୍ତରୀ ଟିମ  ପାଇଁ ଏହା ବଡ ଚ୍ୟାଲେଞ୍ଜ ଥିଲା ବିଶେଷ କରି ୯୧ ବର୍ଷୀୟ  ବୃଦ୍ଧଙ୍କ ଚିକିତ୍ସା ଓ ସୁସ୍ଥତା ଉପରେ ସମସ୍ତେ ନଜର ଦେଇଥିଲେ ବୋଲି କହିଛନ୍ତି କୋଭିଡ ହସ୍ପିଟାଲର ଆସିଷ୍ଟାଣ୍ଟ ମେଡିକାଲ ଅଫିସର ।  ଆଉ ନିବେଦନ କରିଛନ୍ତି କରୋନାକୁ ନଡରି ଆକ୍ରାନ୍ତ ଡାକ୍ତରଖାନା ଆସନ୍ତୁ ।

Leave A Reply

Your email address will not be published.