Below header

କ୍ରିପ୍ଟୋ ପଞ୍ଜି ସ୍କାମ: ମାଷ୍ଟର ମାଇଣ୍ଡଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ EOW

କ୍ରିପ୍ଟୋ ପଞ୍ଜି ସ୍କାମ ମାମଲାରେ ଆଉ ଜଣେ ବଡ଼ମୁଣ୍ଡ ଗିରଫ । ୟେଶ ୱାର୍ଲଡ କ୍ରିପ୍ଟୋ ଟୋକନ ମୁଖ୍ୟକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ EOW । ଅଭିଯୁକ୍ତ ସନ୍ଦୀପ ଚୌଧୁରୀ ରାଜସ୍ଥାନର ଜୟପୁରରୁ ଗିରଫ କରାଯାଇଛି। ସନ୍ଦୀପ ଚୌଧୁରୀ ନାଁରେ EOW ଅନୁରୋଧରେ ବ୍ୟୁରୋ ଅଫ ଇମିଗ୍ରେସନ ଜାରି ଲୁକ ଆଉଟ ସର୍କୁଲାର ଜାରି କରିଥିଲା ।

ଭୁବନେଶ୍ୱର (କେନ୍ୟୁଜ): କ୍ରିପ୍ଟୋ ପଞ୍ଜି ସ୍କାମ ମାମଲାରେ ଆଉ ଜଣେ ବଡ଼ମୁଣ୍ଡ ଗିରଫ । ୟେଶ ୱାର୍ଲଡ କ୍ରିପ୍ଟୋ ଟୋକନ ମୁଖ୍ୟକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ EOW । ଅଭିଯୁକ୍ତ ସନ୍ଦୀପ ଚୌଧୁରୀ ରାଜସ୍ଥାନର ଜୟପୁରରୁ ଗିରଫ କରାଯାଇଛି। ସନ୍ଦୀପ ଚୌଧୁରୀ ନାଁରେ EOW ଅନୁରୋଧରେ ବ୍ୟୁରୋ ଅଫ ଇମିଗ୍ରେସନ ଜାରି ଲୁକ ଆଉଟ ସର୍କୁଲାର ଜାରି କରିଥିଲା ।

ସେ ୧୫ ତାରିଖ ଦିନ ଦୁବାଇ ପଳାଇବାକୁ ଉଦ୍ୟମ କରୁଥିଲା । ଏତିକି ବେଳେ ତାଙ୍କୁ ଜୟପୁର ବିମାନ ବନ୍ଦରରୁ ଅଟକ ରଖିଥିଲା ବ୍ୟୁରୋ ଅଫ ଇମିଗ୍ରେସନ । ଓଡିଶାର EOW ଟିମ ଜୟପୁରରୁ ଗିରଫ କରି ସନ୍ଦୀପ ଚୌଧୁରୀକୁ ୫ ଦିନିଆ ଟ୍ରାଞ୍ଜିଟ ରିମାଣ୍ଡ ରେ ଆଣୁଛି । ପୂର୍ବରୁ ଏହି ମାମଲାରେ ୟେସ ୱାର୍ଲଡ ଓଡ଼ିଶାର ଦୁଇ ସଦସ୍ୟ ବସନ୍ତ କୁମାର ପ୍ରଧାନ ଓ ମନୋଜ କୁମାର ପଟ୍ଟନାୟକଙ୍କୁ ଗିରଫ କରିଥିଲା EOW ।

୨ଶହ କୋଟିରୁ ଅଧିକ ଟଙ୍କାର ଠକେଇ କରିଛି ୟେସ ୱାର୍ଲଡ । ଓଡ଼ିଶାରେ ୮ ହଜାରରୁ ଅଧିକ ଲୋକ ଏହି ସଂସ୍ଥାରେ ଟଙ୍କା ନିବେଶ କରିଥିଲେ । ଭୁବନେଶ୍ୱର,ଖୋର୍ଦ୍ଧା, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼ରେ ଅପରେଟ କରୁଥିଲା । ୟେସ ୱାର୍ଲଡ ଓଡିଶା ସମେତ ୮ଟି ରାଜ୍ୟରେ ଠକେଇ କରିଛି । ଦେଶରେ ଏହାର ଠକେଇ ଶିକାର ହୋଇଛନ୍ତି ଅଢ଼େଇ ଲକ୍ଷରୁ ଅଧିକ ଲୋକ। ଏନେଇ ପୁରୀର ସ୍ୱାଗତ ନାୟକ EOWରେ ଅଭିଯୋଗ କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.