ଜମ୍ମୁ-କାଶ୍ମୀର: କୁଲଗାମରେ ସେନା ଗୁଳିରେ ଲସ୍କରର ୫ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀରର କୁଲଗାମରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁରୁବାରଠାରୁ ଚାଲିଛି ଗୁଳି ବିନିମୟ। ବର୍ତ୍ତମାନ ସୁଦ୍ଧା ୫ ଜଣ ଆତଙ୍କବାଦୀ ସେନା ଗୁଳିରେ ନିହତ ହୋଇଛନ୍ତି। ଅପରେସନ୍ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଜମ୍ମୁ-କାଶ୍ମୀରର କୁଲଗାମରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁରୁବାରଠାରୁ ଚାଲିଛି ଗୁଳି ବିନିମୟ। କାଶ୍ମୀର ଆଇଜିପି ବିଧି କୁମାର ବିରଦି ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୫ ଜଣ ଆତଙ୍କବାଦୀ ସେନା ଗୁଳିରେ ନିହତ ହୋଇଛନ୍ତି। ଅପରେସନ୍ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିହତ ସମସ୍ତ ଆତଙ୍କବାଦୀ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ‘ଲସ୍କର-ଏ-ତାଇବା’ର।

ସେନା ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରଖିଛି। କୁଲଗାମର ସାମନୁ ଅଞ୍ଚଳରେ ସୁରକ୍ଷା ବାହିନୀର ମିଳିତ ଅପରେସନ୍ ଚାଲିଛି। ସେନାର ୩୪ ରାଷ୍ଟ୍ରୀୟ ରାଇଫଲ୍ସ, ଏଲିଟ୍ ସ୍ପେଶାଲ୍ ଫୋର୍ସ ୟୁନିଟ୍, ପୋଲିସ୍ ଏବଂ ସିଆର୍‌ପିଏଫ୍‌ ମିଳିତ ଭାବେ ଆତଙ୍କବାଦୀଙ୍କୁ ଖୋଜୁଛନ୍ତି।

ଆତଙ୍କବାଦୀମାନେ ଯେପରି ଖସି ପାରିବେ ନାହିଁ, ସେଥିପାଇଁ ଏହି ଅଞ୍ଚଳରେ ଘେରାବନ୍ଦୀ ଜୋରଦାର କରାଯାଇଛି। ଏହା ଏକ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ସେନା ସମ୍ପୂର୍ଣ୍ଣ ଆଲର୍ଟ ମୋଡରେ ଖୋଜାଖୋଜି କରୁଛି। କାଶ୍ମୀର ଜୋନ୍ ପୋଲିସର ସୂଚନା ଅନୁସାରେ, କୁଲଗାମ ଜିଲ୍ଲାର ଡିଏଚ୍ ପୋରା ଅଞ୍ଚଳର ସାମନୁ ପକେଟରେ ଗୁରୁବାର ଅପରାହ୍ନରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା।

ଏନକାଉଣ୍ଟର ଅଞ୍ଚଳରେ ସୁରକ୍ଷା ବାହିନୀ ଚାରିପଟୁ ଘେରାବନ୍ଦୀ କରି ରଖିଛି। ଏଠାରେ ଆତଙ୍କବାଦୀମାନେ ଫସି ରହିଛନ୍ତି। ଅପରେସନକୁ ରାତିରେ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଶୁକ୍ରବାର ସକାଳରୁ ପୁଣି ଥରେ ଅପରେସନ ଆରମ୍ଭ ହୋଇଛି। ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିଛି ଘଣ୍ଟା ମଧ୍ୟରେ ଅପରେସନ୍ ଶେଷ ହେବ ଏବଂ ଆତଙ୍କବାଦୀଙ୍କ ନିକଟରୁ ଉଦ୍ଧାର ଅସ୍ତ୍ରଶସ୍ତ୍ର ସମ୍ପର୍କରେ ସୂଚନା ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.