Below header

ଠିକାଦାରଙ୍କ ୧୮ଲକ୍ଷ ଟଙ୍କା ଦେଇପାରିଲେନି ସରକାର: ନିଲାମ ହେଲା କୋଠାବାଡି ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଆସବାବପତ୍ର

କୋଠାବାଡ଼ି ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଜିନିଷ ନିଲାମ। ଠିକାଦାରଙ୍କ ୧୮ ଲକ୍ଷ ଟଙ୍କା ଦେଇନପାରିବାରୁ ନିର୍ମାଣ ସୌଧ କୋଠାବାଡ଼ି ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଜିନିଷ ନିଲାମ କରାଯିବ। ଭୁବନେଶ୍ୱର ସିନିୟର ଡିଭିଜନ ସବ୍ ଜଜଙ୍କ ନିର୍ଦ୍ଦେଶ କ୍ରମେ ହେବ ନିଲାମ ।

ଭୁବନେଶ୍ୱର (କେନ୍ୟୁଜ): କୋଠାବାଡ଼ି ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଜିନିଷ ନିଲାମ। ଠିକାଦାରଙ୍କ ୧୮ ଲକ୍ଷ ଟଙ୍କା ଦେଇନପାରିବାରୁ ନିର୍ମାଣ ସୌଧ କୋଠାବାଡ଼ି ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଜିନିଷ ନିଲାମ କରାଯିବ। ଭୁବନେଶ୍ୱର ସିନିୟର ଡିଭିଜନ ସବ୍ ଜଜଙ୍କ ନିର୍ଦ୍ଦେଶ କ୍ରମେ ହେବ ନିଲାମ । ନିଲାମ ପାଇଁ ମୁଖ୍ୟ ଯନ୍ତ୍ରୀ ଦୁଃଖ ବନ୍ଧୁ ବେହେରାଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି କୋର୍ଟ କର୍ମଚାରୀ । construction India ର ଠିକାଦାର ଦିନେଶ ପାଠକଙ୍କ ମାମଲାର ଶୁଣାଣି ପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ପୂର୍ବରୁ ଏହି ମାମଲାରେ ସମୟ ନେଇଥିଲେ ମୁଖ୍ୟଯନ୍ତ୍ରୀ । ୧୯୯୮ ମସିହାରେ ନଅ ତାଲା ନିର୍ମାଣ କରିଥିଲେ ଠିକାଦାର । ଏପ୍ରିଲ ୨୯ ତାରିଖରେ ପୂର୍ବରୁ କୋର୍ଟ ଏହିଭଳି ନିର୍ଦ୍ଦେଶ ଦେଇଥିଲେ । ସେ ସମୟରେ ମୁଖ୍ୟ ଯନ୍ତ୍ରୀଙ୍କ ପକ୍ଷରୁ ସମୟ ନିଆଯାଇଥିଲା । ସମୟ ମଧ୍ୟରେ ଟଙ୍କା ପୈଠ ନ କରିବାରୁ ପୁଣି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.