ମା’ ହେବେ କି କ୍ୟାଟ୍ରିନା ! ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କ୍ୟାଟ୍ରିନା ସବୁବେଳେ ତାଙ୍କ ପ୍ରଫେସନାଲ ଲାଇଫ୍‌ ସହିତ ପ୍ରର୍ସନାଲ ଲାଇଫ୍‌କୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ଏବେ ପ୍ରାୟତଃ ତାଙ୍କ ପ୍ରେଗ୍‌ନେସିର ଖବର ସାମ୍ନାକୁ ଆସୁଛି ।

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବେ ପ୍ରାୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ଏଇ କିଛି ଦିନ ହେବା ତାଙ୍କ ଫିଲ୍ମ ‘ଟାଇଗର ୩’ ରିଲିଜ ହୋଇଛି । ଏହା ସହ ଫିଲ୍ମଟି ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଛି । କ୍ୟାଟ୍ରିନା ସବୁବେଳେ ତାଙ୍କ ପ୍ରଫେସନାଲ ଲାଇଫ୍‌ ସହିତ ପ୍ରର୍ସନାଲ ଲାଇଫ୍‌କୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ଏବେ ପ୍ରାୟତଃ ତାଙ୍କ ପ୍ରେଗ୍‌ନେସିର ଖବର ସାମ୍ନାକୁ ଆସୁଛି । କେବଳ ଏବେ ନୁହେଁ ବରଂ ବହୁତ ଦିନ ହେବା ଏହି ଖବର ଶୁଣିବା ପାଇଁ ମିଳୁଛି । ତେବେ ଏହା ମଧ୍ୟରେ ଅଭିନେତ୍ରୀଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିବା ମାତ୍ରେ ଫ୍ୟାନ୍ସଙ୍କ ଅନୁମାନ ଅଭିନେତ୍ରୀ ପ୍ରେଗ୍ନେଟ ଅଛନ୍ତି ।

ତେବେ ସେହି ଭିଡିଓଟି ଏକ ଇଭେଣ୍ଟର । ସେଠାରେ କ୍ୟାଟ୍ରିନା କ୍ୟାଜୁଆଲ ଲୁକ୍‌ରେ ନଜର ଆସିଥିଲେ । ସେହି ଇଭେଣ୍ଟରେ କ୍ୟାଟ୍ରିନା ଜିନ୍ସ୍‌ ପ୍ୟାଣ୍ଟ୍‌ ସହ ଟପ୍‌ ଓ ଡେନିମ ଜେକ୍ୟାଟ୍‌ ପିନ୍ଧିଥିବାର ଦେଖିବା ପାଇଁ ମିଳିଛି । ଏହି ଭିଡିଓରେ ଦେଖିବାରିବେ ଯେ ତାଙ୍କ ଜ୍ୟାକେଟ୍‌ରେ ତାଙ୍କ ପେଟ ଲୁଚିଥିବାର । ହେଲେ ଯେତେବେଳେ ଅଭିନେତ୍ରୀ ଚାଲିବା ଆରମ୍ଭ କରିଛନ୍ତି, ସେହି ସମୟରେ ଦେଖିବାକୁ ମିଳିଛି, ଯେ ତାଙ୍କ ପେଟ ଅଳ୍ପ ବାହାରିଥିବାର । ତାଙ୍କ ପେଟ ଦେଖି ଫ୍ୟାନ୍ସ ଅନୁମାନ କରୁଛନ୍ତି ଯେ କ୍ୟାଟ୍ରିନା ପ୍ରେଗ୍ନେଟ୍‌ ଅଛନ୍ତି ।

ଏହି ଭିଡିଓଟି ଭାଇରାଲ ହେବା ମାତ୍ରେ ଫ୍ୟାନ୍ସ ଭିନ୍ନ ଭିନ୍ନ କମେଣ୍ଟ ଦେବାକୁ ଲାଗିଲେ । ଯେପରି ଜଣେ ଫ୍ୟାନ୍‌ ଲେଖିଛନ୍ତି, କ’ଣ କ୍ୟାଟ୍ରିନା ପ୍ରେଗ୍ନେଟ୍‌ ଅଛନ୍ତି ? ସେହିପରି ଆଉ ଜଣେ ଲେଖିଛନ୍ତି କି, ସେ ପ୍ରେଗ୍ନେଟ୍‌ ଲାଗୁଛନ୍ତି । ଏହା ସହ ଏପରି ମଧ୍ୟ କମେଣ୍ଟ ଆସିଛି ଯେ ସେ ବହୁତ ସମ୍ଭାଳିକି ଚାଲୁଛନ୍ତି ଓ ତାଙ୍କ ବଡିରୁ ଲାଗୁଛି ପ୍ରାୟ ତିନି ମାସ ହୋଇଥିବ ।

 

View this post on Instagram

 

A post shared by Subodh Singh (@bollyfreaksofficial)

ତେବେ ଏହା ପ୍ରଥମ ଥର ନୁହେଁ ଯେ କ୍ୟାଟ୍ରିନାଙ୍କ ପ୍ରେଗ୍‌ନେସି ଖବର ସାମ୍ନାକୁ ଆସିଛି, ପୂର୍ବରୁ ମଧ୍ୟ ଏହି ପରି ଖବର ସାମ୍ନାକୁ ଆସିସାରିଛି । ଯେତେବେଳେ ଅଭିନେତ୍ରୀ ଅମ୍ବାନୀ ଫ୍ୟାମିଲ୍‌ର ଗଣେଷ ପୂଜା ସେଲିବ୍ରେସନ୍‌ରେ ପହଞ୍ଚିନଥିଲେ । ସେହି କେବଳ ସେଲିବ୍ରେସନ୍‌ରେ ବିକି କୌଶଲ ତାଙ୍କ ଭାଇ ଓ ତାଙ୍କ ସାଳିି ପହଞ୍ଚିଥିଲେ ।

ଓ୍ଵାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, କ୍ୟାଟ୍ରିନା ଫିଲ୍ମ ‘ଟାଇଗର ୩’କୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ ତାଙ୍କୁ ଆକ୍ସନ୍‌ କରୁଥିବାର ଦେଖିବା ପାଇଁ ମିଳିଛି । ଯାହାକୁ ଦେଖି ପରେ ତାଙ୍କ ଫ୍ୟାନ୍ସ ବହୁତ ହିଁ ପସନ୍ଦ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.