Below header

ବରା, ପିଆଜିରେ ମାରୁଛି କରେଣ୍ଟ: ଝଟକା ଖାଇଲେ ଦୋକାନୀ ଓ ଗ୍ରାହକ

ଭୁବନେଶ୍ୱର ଅଶୋକ ନଗର ଭେଣ୍ଡିଂ ଜୋନରେ ଥିବା ୨୦ ଦୋକାନ କରେଣ୍ଟ ଚାର୍ଜ । ବରା, ପିଆଜିକୁ ଛୁଇଁଲେ ମାରିଲା କରେଣ୍ଟ । ଛିଟିକି ପଡ଼ିଲେ ଦୋକାନୀ ଓ ଗ୍ରାହକ । ଆର୍ଥୀଂ ରେ ସମସ୍ୟା ଥିବାରୁ ଏଭଳି ସର୍ଟ ସର୍କିଟ ହେବା କଥା କୁହାଯାଉଛି ।

ଭୁବନେଶ୍ୱର (କେନ୍ୟୁଜ): ଆଉ ଟିକେ ବିଳମ୍ବ ହୋଇଥିଲେ ହୁଏତଃ ଜୀବନ ଚାଲି ଯାଇଥାନ୍ତା। ବିଦ୍ୟୁତ ଆଘାତରେ ଏକାଧିକଙ୍କ ମୃତ୍ୟୁ ଘଟିଥାନ୍ତା। କିନ୍ତୁ ବଞ୍ଚିଗଲା ଜୀବନ। ବର୍ଷା ଯୋଗୁ ଆର୍ଥିଂରେ ସଟସର୍କିଟ୍ ହୋଇଥିଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଅଶୋକ ନଗର ଠାରେ ଥିବା ଭେଣ୍ଡିଂ ଜୋନରେ ।

ସର୍ଟସର୍କିଟ କାରଣରୁ ଭେଣ୍ଡିଂ ଜୋନରେ ଥିବା ୨୦ରୁ ଉର୍ଦ୍ଧ ଦୋକାନରେ କରେଣ୍ଟ ଚାର୍ଜ ହୋଇଯାଇଥିଲା। ଦୋକାନରେ ଥିବା ଦୋକାନୀ ଓ ଗରାଖଙ୍କୁ ଲାଗିଥିଲା ହାଇ ଭୋଲ୍ଟେଜ ଝଟକା । କିଛି କହିବା ପୂର୍ବରୁ ଏଣେ ତେଣେ ଛିଟିକି ପଡ଼ିଥିଲେ । ଦୋକାନରେ ଥିବା ପ୍ରତେକ ଖାଦ୍ୟ ପଦାର୍ଥ ଓ ଆସବାବପତ୍ର କରେଣ୍ଟ ଚାର୍ଜ ହୋଇଯାଇଥିଲା । ଜଳଖିଆ ଦୋକାନରେ ଥିବା ବରା, ପିଆଜିରେ ଟେଷ୍ଟର ମାରିଲେ, ତାହା ଜଳୁଥିଲା । ଆର୍ଥୀଂ ରେ ସମସ୍ୟା ଥିବାରୁ ଏଭଳି ସର୍ଟ ସର୍କିଟ ହେବା କଥା କୁହାଯାଉଛି । ଏ ସମ୍ପର୍କରେ ତୁରନ୍ତ ବିଦ୍ୟୁତ ବିଭାଗକୁ ଜଣାଇବା ପରେ ସେମାନେ ପହଞ୍ଚି ମରାମତି କରିବା ପରେ ଅବସ୍ଥା ସ୍ୱାଭାବିକ ହୋଇଥିଲା । କିନ୍ତୁ ଘଟଣାକୁ ପାଖରୁ ଦେଖିଥିବା ପ୍ରତେକଟି ଲୋକ ମୁହଁରେ ଥିଲା ଗୋଟିଏ କଥା ” ଭଗବାନ ବଞ୍ଚେଇ ଦେଲେ ” ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.