କଟକ ବାଲିଯାତ୍ରା ପଡ଼ିଆରେ ବୈଶାଖୀ ବାଣିଜ୍ୟ ମେଳା ଉଦ୍‌ଯାପିତ, ୧୦ ଦିନ ଧରି ଉପଭୋଗ କଲେ ଦର୍ଶକ

କଟକ(କେନ୍ୟୁଜ୍‌): ବୈଶାଖୀ ବାଣିଜ୍ୟ ମେଳା ଉଦ୍‌ଯାପିତ । କଟକ ବାଲିଯାତ୍ରା ପଡ଼ିଆରେ ୧୦ ଦିନ ଧରି ଚାଲିଥିଲା ଏହି ମେଳା । ଗତ ୨ ବର୍ଷ ହେବ କୋଭିଡ଼ ଯୋଗୁ ବନ୍ଦ ରହିଥିଲା ମେଳା ମହୋତ୍ସବ । ଚଳିତ ବର୍ଷ ମନ ଭରି ମେଳାକୁ ଉପଭୋଗ କରିଛନ୍ତି ଦର୍ଶକ । ମେଳାରେ ଲାଗିଥିଲା ୪୫୦ରୁ ଊର୍ଦ୍ଧ୍ୱ ଷ୍ଟଲ୍‌ । ଦେଶର ବିଭିନ୍ନ ସ୍ଥାନରୁ ବ୍ୟବସାୟୀମାନେ ସେମାନଙ୍କ ରାଜ୍ୟର କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ୍ର ପ୍ରମୁଖ ସମାଗ୍ରୀର ପ୍ରଦର୍ଶନ କରିଥିଲେ ।

ସେହିପରି ବ୍ୟବସାୟୀ ମାନେ କପ୍‌ ପ୍ଲେଟରୁ ଆରମ୍ଭ କରି ଘରର ଭିନ୍ନ ଭିନ୍ନ ଆସବାବପତ୍ର ବିକ୍ରୀ କରି ଦି ପଇସା ଭଲ ରୋଜଗାର କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନର SHG ଗ୍ରୁପ ମେଳାରେ ସାମିଲ ଥିଲେ । ଏଥିସହ ପ୍ରତି ସନ୍ଧ୍ୟାରେ ଉଦୀୟମାନ ଓ ପ୍ରତିଷ୍ଠିତ କଳାକାରଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମସ୍‌ଗୁଲ୍‌ ହୋଇଥିଲେ ଦର୍ଶକ । ମେଳାରେ ମୁଖ୍ୟ ଆକର୍ଷଣ ପାଲଟିଥିଲା ନୂଆ ନୂଆ ଦୋଳି ଓ ସ୍ୱାଦିଷ୍ଟ ଖାଦ୍ୟ । ଦୋଳି ଖେଳିବା ସହ ଚଟପଟା ଖାଦ୍ୟ ଖାଇ ମେଳାର ମଜା ଉଠାଇଥିଲେ ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.