Below header

କରୋନା ଲଢ଼େଇରେ ଏମିତି କାମ କରିବେ କଟକ ସହର ପୂଜା କମିଟି, କର୍ମକର୍ତ୍ତା ନେଲେ ଶପଥ

କଟକ (କେ ନ୍ୟୁଜ୍‌) : କରୋନାର କାୟାରେ ରାଜ୍ୟର ଅଧିକାଂଶ ଜିଲ୍ଲା । ଏହି ସମୟରେ ନିଜର ସାମର୍ଥ୍ୟ ଅନୁସାରେ କରୋନା ଲଢ଼େଇରେ ସାମିଲ ହୋଇଛନ୍ତି ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ । ଏବେ ପ୍ରଶାସନ ଓ ସରକାରଙ୍କୁ ସହାୟତାର ହାତ ବଢାଇଛନ୍ତି କଟକ ସହରର ବିଭିନ୍ନ ପୂଜା କମିଟି। କରୋନର ମୁକାବିଲା ଦୃଢହସ୍ତରେ କରିବା ପାଇଁ ଶପଥ ନେଇଛନ୍ତି କଟକ ସହରର ୧୭୦ଟି ପୂଜା କମିଟି। ନିଜ ଅଞ୍ଚଳକୁ ରାଜ୍ୟ ତଥା ଦେଶ ବାହାରୁ ଆସୁଥିବା ଲୋକମାନଙ୍କୁ ପୂଜା କମିଟି ଓ ସାହି କମିଟିର କର୍ମକର୍ତ୍ତା ଚିହ୍ନଟ କରିବେ ଏବଂ ସେମାନଙ୍କ ସମ୍ପର୍କରେ କଟକ ମହାନଗର ନିଗମ, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସକୁ ଖବର ଦେବେ।
ସେମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେବା ସହ ସେମାନେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଛନ୍ତି କି ନାହିଁ ତାର ମଧ୍ୟ ତଦାରଖ କରିବେ। ଏହା ସହିତ କ୍ୱାରେଣ୍ଟାଇନରେ ଥିବା ସମୟରେ ସେମାନଙ୍କୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ମଧ୍ୟ ପୂଜା କମିଟି କର୍ମକର୍ତ୍ତା ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ବିଭିନ୍ନ ଥାନା ଅଞ୍ଚଳରେ ଥିବା ପୂଜା କମିଟି ପକ୍ଷରୁ ପୋଲିସ ଉପସ୍ଥିତିରେ ଶପଥ ପାଠ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.