ଚୋରି କରି ମୁହଁଫୁଟାଣି: ପଚାରିଲେ କହୁଛି ମୁକୁଳିବା ପରେ ପୁଣି ଡକାୟତି କରିବି କି ନାହିଁ କହିପାରିବି ନାହିଁ

କଟକ(କେନ୍ୟୁଜ୍): ମୁକୁଳିବା ପରେ ପୁଣି ଡକାୟତି କରିବି କି ନାହିଁ କହିପାରିବି ନାହିଁ। ଚୋରି କରି ଏଭଳି ମୁହଁଫୁଟାଣି ମାରୁଥିବା ପେଶାଦାର ଚୋରକୁ ଗିରଫ କରିଛି କଟକ କମିଶନରେଟ୍‌ ପୋଲିସ। ସୁନା ଅଳଙ୍କାର ଲୁଟିବା ବେଳେ ତାକୁ ଗିରଫ କରିଛି ବାଦାମବାଡି ଥାନା ପୋଲିସ। ଲୁଟେରା ନାଁ ହେମନ୍ତ ଦାସ । ତା ନାଁରେ ବିଭିନ୍ନ ଥାନାରେ ୧୧୦ରୁ ଅଧିକ ମାମଲା ରହିଛି। ଗତ ୨୯ ତାରିଖରେ ବିକାଶ ନଗର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରୁ ସୁନା ଅଳଙ୍କାର ଲୁଟ କରିଥିଲା ହେମନ୍ତ। ତା ନିକଟରୁ ୬୦ ଗ୍ରାମ ଚୋରି ସୁନା ଜବତ କରାଯାଇଛି।

ଧରାପଡ଼ିବା ପରେ ଚୋରି ଅଭ୍ୟାସରେ ପରିଣତ ହୋଇଯାଇଥିବା ସେ କହିଛି। ଏପରିକି ଘର ଲୋକ ବାରଣ କରିବା ସତ୍ତ୍ୱେ ସେ ଚୋରି ଛାଡିପାରୁନଥିବା ସଫେଇ ଦେଇଛି। ହେମନ୍ତ ୧୯୮୬ ମସିହାରୁ ଚୋରି କରିଆସୁଥିବା ବେଳେ ଚେନ୍ନାଇ, କୋଲକାତା, ମୁମ୍ବାଇ ଆଦି ବିଭିନ୍ନ ସ୍ଥାନରେ ଚୋରି କରିଥିବା ସ୍ୱୀକାର କରିଛି। ଏହାସହ ତା ନିକଟରୁ ଚୋରି ସୁନା କିଣିଥିବା ବୈଦ୍ୟନାଥ ସାହୁକୁ ମଧ୍ୟ ଗିରଫ କରିଛି ପୋଲିସ୍‌।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.