Below header

ଏକ ଗୁପ୍ତ ସ୍ଥାନରେ ଚାଲିଛି ସାଇକୋ କିଲର ନାରାୟଣର ମାରାଥନ୍‌ ଜେରା, ପୋଲିସକୁ ମିଳୁଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

କଟକ(କେନ୍ୟୁଜ୍): ସାଇକୋ କିଲରକୁ ମାରାଥନ୍‌ ଜେରା। ପଚରାଉଚରା ବେଳେ ପୋଲିସକୁ ମିଳୁଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ୨୪ ଘଣ୍ଟାରେ ତିନି ତିନି ଜଣଙ୍କୁ ମାରି ଆତଙ୍କ ସୃଷ୍ଟି କରିଥିବା ନାରାୟଣ ସାହୁକୁ ନିଜ ହେପାଜତରେ ନେଇ ଏକ ଗୁପ୍ତ ସ୍ଥାନରେ ପଚରାଉଚରା ଚଳାଇଛି ପୋଲିସ। ଅଥିକ ତଥ୍ୟ ହାସଲ ପାଇଁ ଦୁଇ ଦିନ ହେବ ଘନ ଘନ ଜେରା ଚାଲିଛି। ସିସିଟିଭି ଫୁଟେଜ୍‌ ଓ ପାରିପାର୍ଶ୍ୱିତ ସ୍ଥିତିରୁ ମିଳିଥିବା ତଥ୍ୟ ପ୍ରମାଣକୁ ଆଧାର କରି ତଦନ୍ତକୁ ତ୍ୱରାନ୍ଵିତ କରିଛି ପୋଲିସ। କାହିଁକି ସେ ହତ୍ୟା କଲା? କେମିତି ଓ କିଭଳି ପରିସ୍ଥିତିରେ ନୃଶଂସ କାଣ୍ଡ ଘଟାଇଲା? କେଉଁଠି ରଖିଛି ମାରଣାସ୍ତ୍ର? ହତ୍ୟାକାଣ୍ଡ ପରେ କେମିତି ପହଞ୍ଚିଥିଲା ନୟାଗଡ଼ରେ? ଏମିତି ଅନେକ ପ୍ରଶ୍ନର ଉତ୍ତର ଦେଇଛି ନାରାୟଣ। ତେବେ ନାରାୟଣ ମାନସିକ ସ୍ତରରେ ସୁସ୍ଥ କି ନୁହେଁ, ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ତାର ପରୀକ୍ଷା କରାଯାଇଛି। ଖୁବ ଶୀଘ୍ର ତାକୁ କୋର୍ଟରେ ହାଜର କରିବ ମଙ୍ଗଳାବାଗ ଥାନା ପୋଲିସ। ଆବଶ୍ୟକ ପଡ଼ିଲେ ତାକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବ କଟକ ପୋଲିସ। ସିସିଟିଭି ଫୁଟେଜ୍‌ ଆଧାରରେ ଦୁଇ ଦିନ ତଳେ ନାରାୟଣଙ୍କୁ ନୟାଗଡ଼ ଜିଲ୍ଲାରୁ ଧରିଥିଲା ପୋଲିସ। ଏହାପରେ କଟକରେ ସିରିଏଲ୍‌ ମର୍ଡର ଘଟଣାରେ ତାର ସଂପୃକ୍ତି ନେଇ ପଚରାଉଚରା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.