କେନ୍ଦ୍ରାପଡ଼ା ଜିଲ୍ଲାରେ ଡେଙ୍ଗୁ ଆତଙ୍କ, ୧୦ ଜଣଙ୍କ ରକ୍ତ ନମୁନା ରିପୋର୍ଟ ଆସିଲା ପଜେଟିଭ୍‌

କେନ୍ଦ୍ରାପଡ଼ା(କେନ୍ୟୁଜ୍): କେନ୍ଦ୍ରାପଡ଼ା ଜିଲ୍ଲାରେ ଡେଙ୍ଗୁ ଆତଙ୍କ। ୧୦ ଜଣଙ୍କ ରକ୍ତ ନମୁନା ରିପୋର୍ଟ ପଜେଟିଭ୍‌ ଆସିଛି। ବାଳକାଟି ପଞ୍ଚାୟତରେ ୩୨ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସେଥିରୁ ୧୦ଟି ପଜେଟିଭ୍‌ ଆସିଛି। ସମସ୍ତ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍ୱତନ୍ତ୍ର ଡେଙ୍ଗୁ ଓ୍ଵାର୍ଡରେ ସେମାନଙ୍କର ଚିକିତ୍ସା ଚାଲିଛି। ସେପଟେ ଖବର ପାଇଁ ବାଳକାଟି ଗାଁରେ ପହଞ୍ଚିଥିଲେ ଆଳି ଓ କେନ୍ଦ୍ରାପଡା ମେଡିକାଲରୁ ଡାକ୍ତରୀ ଟିମ୍‌। ରକ୍ତ ନମୁନା ସଂଗ୍ରହ କରିଛନ୍ତି। ଏବେ ବି କିଛି ଲୋକ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.