Below header

ପୁଣି ଆସୁଛି ବାତ୍ୟା ଗୁଲାବର ଅବଶିଷ୍ଟାଂଶ,୨୪ ଘଣ୍ଟାରେ ସାମୁଦ୍ରିକ ଝଡ଼ରେ ପରିଣତ ହେବ

କେନ୍ୟୁଜ୍(ବ୍ୟୁରୋ): ଅବପାତରେ ପରିଣତ ହେଲା ୱେଲ୍‌ ମାର୍କଡ୍‌ ଲୋ ପ୍ରେସର। ଗୁଜରାଟ ଉପକୂଳରେ ଏହା ଅବପାତର ରୂପ ନେଇଛି । ଆସନ୍ତା ୧୨ ଘଣ୍ଟାରେ ଗଭୀର ଅବପାତ ରୂପ ନେବ। ବାତ୍ୟା ଗୁଲାବର ଅବଶିଷ୍ଟାଂଶ ପୁଣି ବାତ୍ୟାର ରୂପ ନେବ । ଉତ୍ତର ପୂର୍ବ ଆରବ ସାଗରରେ ରହିଛି ଗୁଲାବର ଅବଶିଷ୍ଟାଂଶ । ଏହା ଏବେ ପୂର୍ବ-ଉତ୍ତରପୂର୍ବ ଦ୍ୱାରିକାରେ କେନ୍ଦ୍ରୀଭୂତ ହୋଇଛି ।

ପରବର୍ତ୍ତୀ ୨୪ ଘଣ୍ଟାରେ ସାମୁଦ୍ରିକ ଝଡ଼ରେ ପରିଣତ ହେବ । ବାତ୍ୟା ହେଲେ ଏହାର ନାଁ ରହିବ ସାହୀନ । ଏହାର ପ୍ରଭାବରେ ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବାତ୍ୟା ସାହୀନ ପାଇଁ ଗୁଜରାଟ ଉପକୂଳରେ ହାଇଆଲର୍ଟ ଜାରି କରାଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଆମେରିକା ପାଣିପାଗ ସଂସ୍ଥା ଜଏଣ୍ଟ ଟାଇଫୁନ ଓ୍ଵାର୍ଣ୍ଣିଂ ସେଣ୍ଟର ବି ଆରବ ସାଗରରେ ବାତ୍ୟା ନେଇ ଆଲର୍ଟ ଜାରି କରିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତ କରି ପାକିସ୍ତାନ ଆଡ଼େ ମୁହାଁଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.