Below header

କପିଲ ଶର୍ମାଙ୍କୁ ହସ ମନ୍ତ୍ରାଳୟ ଦିଆଯିବା ଦରକାର : ଏମିତି କହିଲେ ଡକ୍ଟର ଗୁଲାଟୀ ଓରଫ ସୁନୀଲ ଗ୍ରୋଭର, ତାଙ୍କ ସହ ପୁଣି କାମ କରିବାକୁ ଆଗ୍ରହୀ

ଟିଭିର ଲୋକପ୍ରିୟ କମେଡିଆନ୍‌ ସୁନୀଲ ଗ୍ରୋଭର ‘ଦ କପିଲ ଶର୍ମା ଶୋ’ରୁ ଦୂରେଇ ଯାଇଥିଲେ ମଧ୍ୟ ଆଜି ବି ଦର୍ଶକେ ତାଙ୍କୁ ଦେଖିବାକୁ ବେଶ୍‌ ପସନ୍ଦ କରନ୍ତି। ସୂଚନାଯୋଗ୍ୟ ଯେ ୨୦୧୭ରେ ହୋଇଥିବା ଝଗଡ଼ା ପରେ କପିଲ ଶର୍ମା ଓ ସୁନୀଲ ଗ୍ରୋଭରଙ୍କ ଯୋଡ଼ି ଭାଙ୍ଗିଯାଇଥିଲା। ଏହା ପରଠାରୁ ସୁନୀଲ ଆଉ ଗୁଥି ଭାବେ ହେଉ କି ଡକ୍ଟର ଗୁଲାଟୀ ଭାବେ, କପିଲ ଶର୍ମା ଶୋ’ରେ ନଜର ଆସୁ ନାହାନ୍ତି।

ନିକଟରେ ହୋଇଥିବା ଏକ ଆଓ୍ଵାର୍ଡ ଶୋ’ରେ ହୋଷ୍ଟ କରଣ ସିଂହ ଛାବଡ଼ା ସୁନୀଲଙ୍କ ସହ ଏକ କାଳ୍ପନିକ ରାପିଡ୍‌ ଫାୟାର ରାଉଣ୍ଡ ଖେଳିଥିଲେ। ଏଥିରେ ତାଙ୍କୁ ପଚାରିଥିଲେ ଯେ କେଉଁ ଅଭିନେତାଙ୍କୁ କେଉଁ କାଳ୍ପନିକ ମନ୍ତ୍ରାଳୟ ଦେବା ଦରକାର। ଏଥିରେ କରଣ କପିଲ ଶର୍ମାଙ୍କୁ କେଉଁ ମନ୍ତ୍ରାଳୟ ମିଳିବା ଦରକାର ବୋଲି ପଚାରିଥିଲେ। ଏହାର ଜବାବରେ ସୁନୀଲ କହିଥିଲେ- ହସ ମନ୍ତ୍ରାଳୟ।

ସେହିପରି କପିଲଙ୍କ ସହ ପୁଣିଥରେ କାମ କରିବାକୁ ନେଇ ସୁନୀଲ କହିଛନ୍ତି ଯେ ଯଦି ତାଙ୍କୁ ଭଲ କନ୍‌ସେପ୍ଟ ମିଳେ, ତେବେ ସେ ପୁଣିଥରେ କପିଲ ଶର୍ମାଙ୍କ ସହ କାମ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଉଭୟଙ୍କ ମଧ୍ୟରେ ଧୀରେ ଧୀରେ ତିକ୍ତତା କମୁଛି। ସୂଚନା ଯୋଗ୍ୟ ଯେ କେତେକ ଫଙ୍କସନ୍‌ରେ ମଧ୍ୟ ଉଭୟ ସୁନୀଲ ଓ କପିଲ ପରସ୍ପର ପ୍ରତି ବନ୍ଧୁତାର ସଙ୍କେତ ଦେଉଥିବା ଦେଖିବାକୁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.