Below header

ଘଣ୍ଟାକୁ ୧୬ କିମି ବେଗରେ ଆସୁଛି ‘ୟସ’, କାଲି ଦିନ ୧୧ଟାରୁ ୧ଟା ଭିତରେ କରିବ ଲ୍ୟାଣ୍ଡଫଲ୍‌

ଭୁବନେଶ୍ୱର(କେ ନ୍ୟୁଜ):  ଓଡ଼ିଶା ଉପକୂଳ ଆଡକୁ ମାଡି ମାଡ଼ି ଆସୁଛି ୟସ୍‌ । ଧାମରାର ଉତ୍ତର ଓ ବାଲେଶ୍ୱର ଦକ୍ଷିଣ ଦିଗରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା । ଏବେ ସମୁଦ୍ର ଭିତରେ ଭୟଙ୍କର ରୂପ ନେଉଛି ବାତ୍ୟା । ବଙ୍ଗୋପସାଗରରେ ଆଗକୁ ଆଗକୁ ବଢୁଛି ବାତ୍ୟା । ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ଉପକୂଳ ଆଡକୁ ଗତି କରୁଥିବା ନେଇ ସୂଚନା ମିଳିଛି | ପାରାଦୀପଠାରୁ ୨୨୦ ଓ ବାଲେଶ୍ୱରଠାରୁ ୩୩୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । କାଲି ଦିନ ୧୧ଟାରୁ ୧ଟା ଭିତରେ ଲ୍ୟାଣ୍ଡଫଲ୍‌ କରିବ ‘ୟସ’ । ଧାମରାର ଉତ୍ତର ଓ ବାଲେଶ୍ୱର ଦକ୍ଷିଣ ଦିଗରେ ସ୍ଥଳଭାଗ ଅତିକ୍ରମ କରିବ ।

ଏହି ସମୟରେ ଭୀଷଣ ରୂପ ନେବ ବାତ୍ୟା ୟସ୍‌ । ଧାମରା ପାଖରେ ୭ କିଲୋମିଟର ସମୁଦ୍ର ମାଡି ଆସିବ । ବାଲେଶ୍ୱର ଉପକୂଳରେ ଅଢେଇ କିଲୋମିଟର ସମୁଦ୍ର ମାଡି ଆସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ରାତିରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ପାରାଦୀପ ଓ ଧାମରା ବନ୍ଦର ପାଇଁ ୧୦ ନଂ ସଙ୍କେତ ଜାରି ହୋଇଛି। ଏହାସହ ପୁରୀ ପାଇଁ ୮ନଂ ଓ ଗୋପାଳପୁର ପାଇଁ ୩ନଂ ସଙ୍କେତ ଦିଆଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.