Below header

ଚା’ ପରେ ଏହି ସବୁ ଖାଦ୍ୟ ସେବନ କରନ୍ତୁ ନାହିଁ, ନଚେତ୍ ପାଚନ ତନ୍ତ୍ର ଉପରେ ପଡିପାରେ ଖରାପ ପ୍ରଭାବ

ସକାଳୁ ଫ୍ରେଶ ମୁଡରେ ଦିନ ଆରମ୍ଭ କରିବାକୁ ହେଲେ କିମ୍ବା ଦିନସାରା ହାଲିଆ ହେବା ପରେ ଏକ କପ୍ ଚା’ ମିଳିଗଲେ ଦେହ ମନ ତାଜା ହୋଇଯାଏ । କିନ୍ତୁ ଏହି ସମୟରେ ବ୍ୟକ୍ତି ଚା’ ସହ ଏମିତି ଅନେକ ଜିନିଷ ଗ୍ରହଣ କରିଥାଏ । ଯାହା ଶରୀର ପାଇଁ ହାନିକାରକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ସେହି ସବୁ ଜିନିଷ ସଂପର୍କରେ ଯାହାକୁ ଚା’ ସହ ଖାଇବା ଅନୁଚିତ ।

– ସବୁଜ ପନିପରିବା ,ସାବୁ ଦାନା, ବିନ୍ସ ଓ ନଟ୍ସ ଆଦି ଆଇରନରେ ଭରପୂର ରହିଥାଏ । ଏହାକୁ ଚା’ ସହ କିମ୍ବା ପରେ ଖାଇବା ଦ୍ୱାରା ଶରୀର ପାଇଁ କ୍ଷତିକାରକ ହୋଇଥାଏ । କାରଣ ଚା’ ରେ ନିକୋଟିନର ମାତ୍ରା ଅଧିକ ରହିଥାଏ । ଯାହା ଖାଦ୍ୟରୁ ଆଇରନ ଯୁକ୍ତ ଗୁଣକୁ ଅବଶୋଷଣ କରିଦେଇଥାଏ ।

– ବେସନରେ ପ୍ରସ୍ତୁତ ଖାଦ୍ୟକୁ ଚା’ ସହ ଖାଇବା ଅନୁଚିତ । ପ୍ରାୟତଃ ସବୁସମୟରେ ଲୋକମାନେ ଚା’ ସହ କିଛି ସ୍ନାକ୍ସ ଆଇଟମ ନେଇଥାନ୍ତି ଯାହା ଶରୀରକୁ ଅସୁସ୍ଥ କରିଥାଏ । ଏହାଦ୍ୱାରା ପୋଷକ ତତ୍ୱର ଅଭାବ ଦେଖାଯାଏ । ହଜମ ଜନିତ ସମସ୍ୟା ମଧ୍ୟ ଦେଖାଯାଏ ।

08756
pc: Huffpost australia

– ଅଙ୍କୁରିତ ଅନାଜ ଅର୍ଥାତ ଗଜାମୂଗ ଭଳି ହେଲ୍‌ଦି ଓ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ପରେ ଚା’ ର ସେବନ କରିବା ଅନୁଚିତ । ଏହାଦ୍ୱାରା ଶରୀରରେ ରସାୟନିକ କ୍ରିୟା ହୋଇଥାଏ । ଯାହା ଶରୀରରେ ଏସିଡ ଜନିତ ସମସ୍ୟାକୁ ଜନ୍ମ ଦେଇଥାଏ ।

– ଏହାସହ ଆପଣ ଚା’ ପିଇବା ପରେ ଯେପରି ଖଟା କିମ୍ବା ଥଣ୍ଡା ଜିନିଷ ଖାଇବେ ନାହିଁ । ଏହାଦ୍ୱାରା ପାଚନ ତନ୍ତ୍ର ଉପରେ ଖରାପ ପ୍ରଭାବ ପଡିଥାଏ । ଏସିଡିଟି ଭଳି ସମସ୍ୟା ଦେଖାଯାଏ । ଏହା ବ୍ୟତିତ ପେଟ ଜିନତ ଅନ୍ୟ ସମସ୍ୟା ମଧ୍ୟ ଦେଖାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.