ଦକ୍ଷିଣ ଓଡ଼ିଶାରେ ପଡ଼ିବ ବାତ୍ୟା ଗୁଲାବର ପ୍ରଭାବ, ୭ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର(କେନ୍ୟୁଜ୍‌) : ଦକ୍ଷିଣ ଓଡ଼ିଶାରେ ପ୍ରବଳ ଭାବେ ପଡ଼ିବ ବାତ୍ୟା ଗୁଲାବର ପ୍ରଭାବ । ଏଥିପାଇଁ ୭ ଜିଲ୍ଲା ଗଞ୍ଜାମ, ଗଜପତି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର ଭଳି ୭ ଜିଲ୍ଲାକୁ ହାଇ ଆଲର୍ଟ ସହ ସକର୍ତ ସୂଚନା ଜାରି ହୋଇଛି । ଏହିସବୁ ଜିଲ୍ଲାରେ ପବନ, ଭୂସ୍ଖଳନ, ବନ୍ୟା ଭଳି ୩ ପ୍ରକାର ସମସ୍ୟା ଉପୁଜିବାର ଆଶଙ୍କା ରହିଛି ।

ତେଣୁ ଏହିସବୁ ଜିଲ୍ଲାରେ ଜୋରଦାର ପ୍ରସ୍ତୁତି ଚାଲିଛି । ପବନ ଯୋଗୁ ଅଧିକ କ୍ଷୟକ୍ଷତି ହେବ । ଗଜପତି, ରାୟଗଡା, କୋରାପୁଟରେ ଭୂସ୍ଖଳନ ସମ୍ଭାବନା ରହିଛି । ବଂଶଧାରା, ନାଗାବଳୀ, ଋଷିକୁଲ୍ୟାରେ ବନ୍ୟା ଆସିପାରେ । ଏଠାରେ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର ସରିବ ।

ଋଷିକୁଲ୍ୟା ଜଳଭଣ୍ଡାରରେ ୬୦ ପ୍ରତିଶତକୁ ପାଣି ଖସାଇ ଦିଆଯିବ । ବଡ ବନ୍ୟାର ଆଶଙ୍କା ନାହିଁ । ବଡ ଧରଣର ବନ୍ୟା ମୁକାବିଲା ପାଇଁ କିଛି ଡ୍ୟାମ ଓ କେନାଲରୁ ପାଣି ନିଷ୍କାସନ କରାଯାଉଛି। କୋଷ୍ଟଗାର୍ଡ ଓ ନାଭାଲର ସହାୟତା ନେଇ ଆଲୋଚନା ହୋଇଛି । ଆଜି ସନ୍ଧ୍ୟାରୁ ଆସନ୍ତକାଲି ସକାଳ ୯ଟା ଯାଏ ବାହାରକୁ ନଯିବାକୁ ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାର ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.