Below header

ବିଧାୟକ ହେବ ତ ଏମିତି, ହାତରେ କୋଦାଳ ଧରି ରାସ୍ତା ସମତୁଲ କଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା

ବିଧାୟକଙ୍କ ହାତରେ କୋଦାଳ । ଏକାକୀ ରାସ୍ତା ସମତୁଲ କରିବାରେ ଲାଗିଛନ୍ତି । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ନିଜେ ହାତରେ କୋଦାଳ ଧରି ରାସ୍ତା ସମତୁଲ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର ଧରିଛି। ଏନେଇ ବିଭିନ୍ନ ମହଲରେ ତାଙ୍କର ପ୍ରଶଂସା କରାଯାଇଛି । ପାପଡ଼ହାଣ୍ଡି ବ୍ଲକ କଣ୍ଟାମାଳ ଠାରୁ ଜବାଗୁଡ଼ା ଯାଏ ମାଟି ରାସ୍ତାରେ ବହୁ ଦିନ ଧରି ମୋରମ ଗଦା ହୋଇ ରହିଥିଲା । ହେଲେ ରାସ୍ତା ଖାଲଖମାରେ ଭର୍ତ୍ତି ଯୋଗୁଁ ଯାତାୟାତରେ ଅସୁବିଧା ସୃଷ୍ଟି ହୋଉଥିଲା । ସେହି ରାସ୍ତା ଦେଇ ବିଧାୟକ ମନୋହର ରନ୍ଧାରି ଯିବା ବେଳେ ଏହା ତାଙ୍କ ନଜରକୁ ଆସିଥିଲା । ସେ ଲୋକଙ୍କ ଠାରୁ କୋଦାଳ ମାଗି ରାସ୍ତା ସମତୁଲ କରିଥିଲେ । ଏ ବାବଦରେ ବିଧାୟକ ମଧ୍ୟ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି । ସେହିପରି ବିଧାୟକ ରନ୍ଧାରୀ ରାସ୍ତାରେ ଯିବା ବେଳେ ବିଲରେ କାମ କରୁଥିବା ମହିଳାଙ୍କୁ ପଲିଥିନ, ଚା ଓ ବିସ୍କୁଟ ବଣ୍ଟନ କରିଛନ୍ତି । ସେହିପରି ସ୍କୁଲ ସ୍କୁଲ ବୁଲି ପିଲାଙ୍କୁ କଲମ ବଣ୍ଟନ କରିଥିଲେ

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.