ଶିକ୍ଷକମାନଙ୍କ ପାଇଁ ସରକାର ନେଲେ ବଡ ନିଷ୍ପତ୍ତି, ଜାଣନ୍ତୁ ସଂପୂର୍ଣ୍ଣ ଖବର

ଶିକ୍ଷକମାନେ ବର୍ଷର ଯେଉଁ ମାସରେ ମଧ୍ୟ ଅବସର କିମ୍ବା ବଦଳି ହୋଇପାରୁଥିଲେ ଏଥିରେ ଏବେ ରୋକ ଲଗାଇଛନ୍ତି ହିମାଚଳ ପ୍ରଦେଶ ସରକାର। ହିମାଚଳ ପ୍ରଦେଶର ସମସ୍ତ ସରକାରୀ ସ୍କୁଲ ଏବଂ କଲେଜରେ ପଢାଉଥିବା ଶିକ୍ଷକଙ୍କୁ ପଢାବର୍ଷ ମଧ୍ୟରେ ଅବସରକାଳୀନ କିମ୍ବା ବଦଳି ଅନୁମତି ଦିଆଯିବ ନାହିଁ। ପାଠପଢା ପ୍ରଭାବିତ ନ ହେବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ବର୍ଷର ପାଠ୍ୟକ୍ରମ ମଝିରେ ଏପରି ହେବା ଦ୍ବାରା ପିଲାମାନଙ୍କର ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି।teachers transfer

ଶନିବାର ଦିନ ଶିକ୍ଷକମାନଙ୍କ ପାଇଁ ପରିବର୍ତ୍ତନ କରାଯାଉଥିବା ନୀତିକୁ ସମୀକ୍ଷା କରି ଶିକ୍ଷାମନ୍ତ୍ରୀ ସୁରେଶ ଭରଦ୍ବାଜ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶିକ୍ଷକଙ୍କ ଦ୍ବାରା କରାଯାଉଥିବା ଆପଣା ସହମତି ଏବଂ ମନମାନିରେ ମଧ୍ୟ ସରକାର ରୋକ୍ ଲଗାଇବେ। ଖୁବଶୀଘ୍ର ଏହି ପ୍ରସ୍ତାବକୁ ପ୍ରସ୍ତୁତି କରାଯାଇ କ୍ୟାବିନେଟରେ ମଞ୍ଜୁର ପାଇଁ ପଠାଇଦିଆଯିବ। ହିମାଚଳ ପ୍ରଦେଶ ବିଶ୍ବବିଦ୍ୟାଳୟର ଶିକ୍ଷା ବିଭାଗ ଅବସର କିମ୍ବା ବଦଳି ନିୟମକୁ ଖୁବଶୀଘ୍ର ବଦଳାଇବାକୁ ଯାଉଛନ୍ତି। ଏଠାରେ କେବଳ ଜୁନ ମାସରେ ହିଁ ଶିକ୍ଷକମାନଙ୍କୁ ଅବସର କିମ୍ବା ବଦଳି ନେବା ପାଇଁ ଅନୁମତି ଦିଆଯିବ। ୟୁଜିସି ନିୟମ ଅନୁସାରେ ବିଶ୍ବବିଦ୍ୟାଳୟ ବର୍ଷର ବିଭିନ୍ନ ମାସରେ ଶିକ୍ଷକଙ୍କୁ ଅବସର କିମ୍ବା ବଦଳି ନେବା ପାଇଁ ଅନୁମତି ଦେଇପାରିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.