Below header

ଆମାଜନର ପ୍ରାଇମ୍ ସେଲରେ ଲକ୍ଷାଧିକ ଟଙ୍କାର ଝଟକା, କମ୍ପାନୀର ଭୁଲ ଯୋଗୁଁ ୯ ଲକ୍ଷ ଟଙ୍କାର କ୍ୟାମେରାକୁ ମାତ୍ର ୬୫୦୦ ରେ କିଣିଲେ ଗ୍ରାହକ

କିଛି ଦିନ ତଳେ ପ୍ରାଇମ୍ ଡେ ସେଲ୍ ଆରମ୍ଭ କରିଥିଲା ଆମାଜନ୍ । ଏହି ସେଲରେ ଗ୍ରାହକଙ୍କୁ ମିଳିଥାଏ ମନଲୋଭା ଅଫର୍ ସହ ଜବରଦସ୍ତ ରିହାତି । ତେଣୁ ଆମାଜନର ଏହି ସେଲକୁ ଅନାଇ ବସିଥାନ୍ତି ପ୍ରାୟ ସବୁ ଗ୍ରାହକ । ତେବେ କ୍ୟାମେରା ସୌକିନ୍ ଲୋକଙ୍କର ଯେମିତି ଏକ ସୁବର୍ଣ୍ଣସୁଯୋଗ ପାଲଟିଯାଇଥିଲା ଜୁଲାଇ ୧୫ – ୧୬ରେ ହୋଇଥିବା ଆମାଜନର ଏହି ସେଲ୍ । ଏହି ସେଲରେ ଏମିତି ଏକ ରିହାତି ମିଳିଥିଲା ଯେଉଁଥିରେ ଗ୍ରାହକଙ୍କ ଖୁସିର ସୀମା ରହିନଥିଲା ।

ଏଥର ସେଲରେ ଗୋଟିଏ ଛୋଟ ଭୁଲ୍ ଯୋଗୁଁ କମ୍ପାନୀକୁ ଲାଗିଛି ଲକ୍ଷାଧିକ ଟଙ୍କାର ଚୁନା । ସେଲ୍ ସମୟରେ ୯ ଲକ୍ଷର କ୍ୟାମେରାକୁ ମାତ୍ର ୬୫୦୦ ଟଙ୍କାରେ କିଣି ନେଇଛନ୍ତି ଗ୍ରାହକ । ଖୁବ୍ ଅତ୍ୟାଧୂନିକ ଏହି କ୍ୟାମେରା । ସାଧାରଣତଃ ଏହି କ୍ୟାମେରାକୁ ବ୍ୟବହାର କେବଳ ପ୍ରଫେସନାଲ୍ ମାନେ ହିଁ କରିଥାନ୍ତି । ଏହାକୁ ସୋନି,କ୍ୟାନନ ଏବଂ ଫ୍ୟୁଜିଫିଲ୍ମ ଭଳି ପ୍ରତିଷ୍ଠିତ କମ୍ପାନୀ ତିଆରି କରିଥାନ୍ତି । ଏସବୁ କ୍ୟାମେରା ଲକ୍ଷାଧିକ ଟଙ୍କା ହୋଇଥିବାବେଳେ କେବଳ ବ୍ୟବସାୟିକ ବ୍ୟବହାର ପାଇଁ ଏସବୁକୁ କିଣାଯାଇଥାଏ । ତେଣୁ ସାଧାରଣ ଲୋକ ଏହାକୁ ସାଇଟରେ ଏହାକୁ ସର୍ଚ୍ଚ କରନ୍ତି ନାହିଁ । କିନ୍ତୁ କମ୍ପାନୀର ଛୋଟ ଭୁଲ୍ ପ୍ରଫେସନାଲ୍ସ ପାଇଁ ପାଲଟିଯାଇଥିଲା ସୁବର୍ଣ୍ଣସୁଯୋଗ । ଯାହାକୁ ହାତ ଛଡା ନକରି ୯ ଲକ୍ଷ ଟଙ୍କାର କ୍ୟାମେରାକୁ କିଣି ନେଲେ ମାତ୍ର ୬୫୦୦ ଟଙ୍କାରେ ।

ଏହା ସହ ପଢନ୍ତୁ ବନ୍ଦ ହୋଇପାରେ ଟାଟା ମୋଟର୍ସର ଏହି ଚାରିଟି କାର୍, ଜାଣନ୍ତୁ କାରଣ

ତେବେ କମ୍ପାନୀକୁ ଏ ବିଷୟରେ ଜଣା ପଡିବା ପରେ ତୁରନ୍ତ ଅଫରକୁ ହଟାଇଦେଇଥିଲା । କିନ୍ତୁ ତିନି ଜଣ ଗ୍ରାହକ ଏହାକୁ କିଣିବାରେ ସମର୍ଥ ହୋଇଛନ୍ତି । ଜଣେ ଗ୍ରାହକ ଲେଖିଛନ୍ତି ଯେ ୩ହଜାର ଡଲାରର କ୍ୟାମେରାକୁ ସେ ୯୪ ଡଲାରରେ ପାଇଥିବାବେଳେ, ଆଉ ଜଣେ ୧୩ ହଜାର ଡଲାରର କ୍ୟାମେରାକୁ ମାତ୍ର ୧୦୦ ଡଲାରରେ ଅନଲାଇନ କିଣିପାରିଛନ୍ତି । ଅର୍ଥାତ ୯ ଲକ୍ଷ ଟଙ୍କାର କ୍ୟାମେରାକୁ ଗ୍ରାହକ ଜଣକ ୬୫୦୦ ଟଙ୍କାରେ କିଣିପାରିଛନ୍ତି | ତେବେ ପ୍ରଶ୍ନ ଉଠିଛି ଯେଉଁମାନେ ଏହାକୁ କିଣିଛନ୍ତି କଣ ସେମାନଙ୍କୁ କମ୍ପାନୀ ଡେଲିଭରୀ କରିବା ନା ଅଟକାଇ ଦେବ । କାରଣ ସେମାନେ ଏହାର ଅନଲାଇନ୍ ପେମେଂଟ୍ କରିସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.