ଫ୍ୟାନଙ୍କୁ ପୁଣି ଉପହାର ଦେବ ମାର୍ବଲ ଷ୍ଟୁଡିଓ

ଗତ କିଛି ମାସ ପୂର୍ବରୁ ରିଲିଜ ହୋଇଥିବା ହଲିଉଡ ଫିଲ୍ମ ‘ଆଭେଞ୍ଜରର୍ସ: ଏଣ୍ଡ ଗେମ’ ସହିତ ସୁପର ହିରୋ କାହାଣୀ ଶେଷ ହୋଇଯାଇଛି। ଏହାକୁ ଦର୍ଶକ ମାର୍ବଲ ଷ୍ଟୁଡିଓରେ ଶେଷ ଫିଲ୍ମ ବୋଲି କଳନା କରୁଥିଲେ। କିନ୍ତୁ ଦର୍ଶକଙ୍କ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟଣା ମାର୍ବଲ ଷ୍ଟୁଡିଓ ନିଜ ଫ୍ୟାନମାନଙ୍କ ପାଇଁ ଅନେକ କିଛି ଉପହାର ରଖିଛି।thor

ମାର୍ବଲ ଷ୍ଟୁଡିଓ ଫେଜ ୪ରେ ଫିଲ୍ମ ‘ଥର ୪, ବ୍ଲାକ ଓ୍ଵିଡେ, ଡକ୍ଟର ଷ୍ଟ୍ରେଞ୍ଜ ୨, ଦ ଫାଲକନ ଏଣ୍ଡ, ଦ ଓ୍ଵିଣ୍ଟର ସୋଲଜର’ ସମେତ ଅନେକ ଫିଲ୍ମ ଆସିବାକୁ ବାକି ରହିଛି। ଏହି ସବୁ ଫିଲ୍ମ ଆସନ୍ତାବର୍ଷ କିମ୍ବା ୨୦୨୧ରେ ରିଲିଜ ହେବ। ସ୍ୟାନଡିଏଗୋରେ ଚାଲିଥିବା କମିକ କାନ ୨୦୧୯ରେ ମାର୍ବଲ ଷ୍ଟୁଡିଓର ମୁଖ୍ୟ କୋବିନ ଫିଜ ଆସିବାକୁ ଥିବା ଫିଲ୍ମ ବିଷୟରେ କହିଥିଲେ। ସୂଚନା ମୁତାବକ, ଫିଲ୍ମ ବ୍ଲେଡରେ ଓସ୍କାର ବିଜେତା ଅଭିନେତା ମହେରଶାଲା ଅଲ୍ଲୀ, ବ୍ଲାକ ଓ୍ଵିଡୋରେ ସ୍କାରଲେଟ ଜୋହାନସନ, ଥର: ଲଭ ଆଣ୍ଡ ଥଣ୍ଡରରେ କ୍ରିସ ହାମରବର୍ଥ, ଟେସା ଥମ୍ପସନ ଏବଂ ନେଟଲୀ ପୋଟମ୍ୟାନ ମୁଖ୍ୟ ଭୂମିକାରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.