ପାହାଡ଼ରେ ବର୍ଷାର ଅନୁଭବ ନେବାକୁ ଚାହାଁନ୍ତି କି, ତା’ହେଲେ ଥରେ ନିଶ୍ଚୟ ବୁଲି ଆସନ୍ତୁ ଏହି ସବୁ ଜାଗା

ମନସୁନରେ ବର୍ଷାର ଦୃଶ୍ୟ ବେଶ୍ ନିଆରା। ଯଦି ଏହି ଋତୁରେ ଆପଣଙ୍କର ବି ବୁଲିବାର ସୌକ ଥାଏ, ତା’ହେଲେ ଥରେ ଭାରତର ଏହି ସବୁ ଜାଗା ସେୟାର କରିବାକୁ ନିଶ୍ଚୟ ଯାଆନ୍ତୁ। ଜାଗାଗୁଡ଼ିକୁ ଦେଖିବା ପାଇଁ ବର୍ଷା ଋତୁର ପାଗ ଛଡ଼ା ଆଉ କୌଣସି ପାଗ ଠିକ୍ ଲାଗିବ ନାହିଁ। ତା’ହେଲେ ଆସନ୍ତୁ ଜାଣିବା କ’ଣ ସେ ସବୁ ଜାଗା, ଯେଉଁଠି ଆପଣ ବର୍ଷାର ମଜା ନେଇପାରିବେ।

girl travel

ମାସିନରାମ, ମେଘାଳୟ
ମେଘାଳୟର ଚେରାପୁଞ୍ଜି ନିକଟ ‘ମାସିନରାମ’ରେ ସବୁଠାରୁ ଅଧିକ ବର୍ଷା ହୋଇଥାଏ। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏତେ ମନୋରମ ଯେ, ଏଠାକୁ ଆସିଲେ ଜମାରୁ ବର୍ଷା ଦୃଶ୍ୟ ଦେଖିବାକୁ ଭୁଲିବେନି। କାହିଁକି ନା ଏହି ଜାଗାରେ ବର୍ଷାର ଅନୁଭବ ବହୁତ ଅଦ୍ଭୁତ।

train bogi

ଜିରୋ, ଅରୁଣାଚଳ ପ୍ରଦେଶ
ପାହାଡ଼ ଉପରେ ଯଦି ଆପଣ ବର୍ଷାର ମଜା ନେବାକୁ ଚାହିଁବେ, ତା’ହେଲେ ‘ଜିରୋ’ ଘାଟି ନିହାତି ଯାଆନ୍ତୁ। ଅରୁଣାଚଳ ପ୍ରଦେଶରେ ଥିବା ଏହି ଘାଟିକୁ ଦେଖିଲା ପରେ ଆପଣଙ୍କୁ ଏହା ଅନୁଭବ ହେବ ଯେ ପ୍ରକୃତି ପାଖରେ ରହିଲେ, ମନକୁ କେତେ ଶାନ୍ତି ମିଳିଥାଏ। ୫୬୦୦ ଫୁଟ୍ ଉଚ୍ଚତାରେ ଥିବା ଏହି ଘାଟିକୁ ଦେଖିବା ପାଇଁ ଥରେ ଯେମିତି ହେଲେ ବୁଲି ଆସନ୍ତୁ।

sea beach

ମାଜୁଲି ଦ୍ବୀପ, ଆସାମ
ମନସୁନରେ ବିଶ୍ବର ଏକମାତ୍ର ନଦୀ ଦ୍ବୀପ ‘ମାଜୁଲି’ ଯିବାର ଅନୁଭବ ବେଶ୍ ସୁଖପ୍ରଦ। ଏଠାକୁ ଯିବା ପାଇଁ ଏକମାତ୍ର ମାଧ୍ୟମ ହେଉଛି ନୌକା। ନିକଟବର୍ତ୍ତୀ ସହର ଜୋରହଟଠାରୁ ଆପଣ ମାଜୁଲି ଦ୍ବୀପ ଯାଇପାରିବେ। ବର୍ଷା ଋତୁରେ ଦ୍ବୀପ ପୂରା ପାଣିରେ ଘେରି ହୋଇ ରହିଥାଏ।

ଏହାସହ ପଢ଼ନ୍ତୁ: ବିବାହ ପରେ ସାଥୀଙ୍କ କାନରେ କୁହନ୍ତୁ ଏହି କଥା, ବଢ଼ିଯିବ ପ୍ରେମ

mount hill

ଶିବସୁନ୍ଦରମ୍, କର୍ନାଟକ
ମନସୁନରେ କର୍ନାଟକର ଛୋଟିଆ ଗାଁ ‘ଶିବସୁନ୍ଦରମ’ର ଦୃଶ୍ୟ ଅତୀବ ରମଣୀୟ। ବର୍ଷାରେ ଥରେ ଏଠାକୁ ଆସି ନିଆରା ଅନୁଭବ ନିଅନ୍ତୁ।

ଦେବପ୍ରୟାଗ, ଉତ୍ତରାଖଣ୍ଡ
ଦେବଙ୍କ ଭୂମିରେ ବର୍ଷାର ଅନୁଭବ ନେବା ପାଇଁ ମନସୁନରେ ଦେବପ୍ରୟାଗ ଯାଆନ୍ତୁ। ଆକର୍ଷଣୀୟ ଘାଟିଗୁଡ଼ିକରେ ବର୍ଷା ବୁନ୍ଦା ଦେଖିବା ପରେ ଆପଣ ସେଠାରୁ ଆସିବାକୁ ଜମା ବି ଇଚ୍ଛା କରିବେନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.