Below header

ଲୋକସଭାରେ କନ୍ଧମାଳ ସାଂସଦଙ୍କ ଜନଜାତି ଅଧ୍ୟୁଷିତ ଅଂଚଳକୁ ପାନୀୟ ଜଳ ଯୋଗାଣ ପ୍ରସଙ୍ଗ, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ରତନ ଲାଲ୍‌ ଦେଲେ ଏମିତି ଉତ୍ତର

ଜନଜାତି ଅଧ୍ୟୁଷିତ ଅଂଚଳକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ରତନ୍‌ ଲାଲ୍‌ କଟାରିଆ ଜୁଲାଇ ୧୮ ତାରିଖରେ କହିଛନ୍ତି,  ବର୍ତମାନ ସୁଦ୍ଧା ଓଡିଶାର ଜନଜାତି ଅଧ୍ୟୁଷିତ ଅଂଚଳକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ୪୭ ଦଶମିକ ୫୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ୨୦୨୪ ସୁଦ୍ଧା ଜଳ ଜୀବନ ମିଶନ୍‌ରେ ସବୁ ଗାଁର ପ୍ରତ୍ୟେକ ଘରକୁ ପାଇପ୍‌ ପାଣି ଯୋଗାଣ ବ୍ୟବସ୍ଥା କରାଯିବ। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଗଞ୍ଜାମ ଜିଲ୍ଲାକୁ ୨୨ଟି ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ପାଇଁ ୧୮କୋଟି ୨୧ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ବୌଦ୍ଧ ଜିଲ୍ଲାର ୭ଟି ପ୍ରକଳ୍ପ ପାଇଁ ୪କୋଟ ୨୫ ଲକ୍ଷ, ନୟାଗଡ ଜିଲ୍ଳାର ୮ଟି ପ୍ରକଳ୍ପ ପାଇଁ ୨୨କୋଟି ୬୨ ଲକ୍ଷ, କନ୍ଧମାଳ ଜିଲ୍ଲାର ୧୨ଟି ପ୍ରକଳ୍ପ ପାଇଁ ୨୨୧ କୋଟି ଟଙ୍କା ମଞ୍ଜୁର କରାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.