Below header

ନବରଙ୍ଗପୁରରୁ ଚେନ୍ନାଇ ଚାଲାଣ ହେଉଥିବା ବେଳେ ୧୪ ଦାଦନ ଶ୍ରମିକ ଉଦ୍ଧାର

ନବରଙ୍ଗପୁର(କେନ୍ୟୁଜ୍): ରାଜ୍ୟ ବାହାରକୁ ଚାଲାଣବେଳେ ଉଦ୍ଧାର ହେଲେ ୧୪ ଦାଦନ ଶ୍ରମିକ । ନବରଙ୍ଗପୁରରୁ ଚେନ୍ନାଇର ତିରପୁର ଚାଲାଣ ହେଉଥିବା ବେଳେ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ନବରଙ୍ଗପୁର ଟାଉନ ପୋଲିସ । ଶ୍ରମିକଙ୍କ ମଧ୍ୟରେ ୭ ଜଣ ଯୁବତୀ ୪ ଜଣ ଯୁବକ ଅଛନ୍ତି । ଏମାନଙ୍କ ମଧ୍ୟରେ ପ୍ରାୟ ୪ ଜଣ ନାବାଳକ ଏବଂ ନାବାଳିକା ମଧ୍ୟ ଥିବା ଲେବର ଇନ୍‌ସ୍ପେକ୍ଟର କହିଛନ୍ତି । ଶ୍ରମିକଙ୍କୁ ସାଙ୍ଗରେ ନେଉଥିବା ସମ୍ପୃକ୍ତ ଦୁଇ ଦଲାଲଙ୍କୁ ଧରିଛି ପୋଲିସ । ଗତକାଲି ରାତିରେ ଏକ ସରକାରୀ ବସ୍‌ରେ ଉମରକୋଟରୁ ବିଶାଖାପାଟଣା ଶ୍ରମିକ ଚାଲାଣ ହେଉଥିବା ଖବର ପାଇ ପୋଲିସ ଗାଡିକୁ ଚାମୁରିୟାଗୁଡା ଛକ ନିକଟରେ ଅଟକାଇଥିଲା । ଏହାପରେ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ଦଲାଲଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.