ବାପା ବନାମ ପୁଅ ! ପାରାଦୀପରେ ଦେଖିବାକୁ ମିଳିପାରେ ଦାମ – ସମ୍ବିତ ଲଢେଇ

ଭୁବନେଶ୍ବର : ରାଜନୀତି ରକ୍ତ ଚିହ୍ନେନା। ଅନେକ ସମୟରେ ସମ୍ପର୍କ ବଦଳାଇ ଦିଏ। ଏବେ ରାଜ୍ୟ ରାଜନୀତିରେ ସେମିତି ଏକ ରୋଚକ ସ୍ଥିତି। ଦାମଦୋର ରାଉତ ବନାମ ସମ୍ବିତ ରାଉତରାୟ। ବାପା ବନାମ ପୁଅ। ପାରାଦୀପରେ ବାପ-ପୁଅଙ୍କ ମଧ୍ୟରେ ହେବ କି ଲଢେଇ। ଗୋଟିଏ ପଟେ ଦାମବାବୁ ବିଜେପି କ୍ୟାମ୍ପରେ ସାମିଲ ହେବା ପାଇଁ ଗୋଟି ଚଳାଇଛନ୍ତି। ବିଜେପିରୁ ପ୍ରାର୍ଥୀ ହେବେ ବୋଲି ଯୋଜନା କରୁଛନ୍ତି। କିନ୍ତୁ ଏପଟେ ଦାମଙ୍କୁ ଚେକ୍‌ ଦେବାକୁ ସମ୍ବିତଙ୍କୁ ନେଇ ଗୋଟି ଚଳାଇଛି ବିଜେଡି। ଡାକରା ପାଇ ନବୀନ ନିବାସରେ ପହଂଚିଥିଲେ ଦାମସୂତ ସମ୍ବିତ ରାଉତରାୟ। ପାରାଦୀପ ପାଇଁ ତାଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି। ଦାମ ବିଜେପି ଆଡ଼କୁ ଢଳିବା ନେଇ ସମ୍ବିତ ରାଉତରାୟ କହିଛନ୍ତି, ବାପ ପୁଅ ସମ୍ପର୍କ ଅଲଗା। ସେ ତାଙ୍କ ନିଷ୍ପତି ନେବେ। ମୁଁ ବିଜେଡିରେ ଅଛି। ମୋତେ ଡକରା ଆସିଲା, ତେଣୁ ମୁଁ ଆସିଲି।

Sambitଦାମ ସରକାରଙ୍କ ବିରୋଧରେ ଲଢେଇ କରିବାକୁ ପଣ କରି ସାରିଛନ୍ତି। ସେଥିଲାଗି ପଦ୍ମ ପୋଖରୀକୁ ଡେଇଁଛନ୍ତି । ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ମୁଖ୍ୟ କାର୍ଯ୍ୟାଳୟରେ ଦାମ ବିଜେପିରେ ଯୋଗ ଦେଇଛନ୍ତି । ଦାମ କହିଛନ୍ତି, ମୋ ପୁଅ ପାରାଦୀପ ନିର୍ବାଚନୀମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଅଛି କି ନାହିଁ ତାହା ମୁଁ ଜାଣିନି। ସରକାରଙ୍କ ବିରୋଧରେ ଲଢେଇ ଜାରି ରହିବ ।

ଦିନେ ଦାମଙ୍କ ଗଡ଼ ଥିଲା ପାରଦୀପ। ବିଜେଡିରୁ ତଡ଼ା ଖାଇବା ପରେ, ଶଙ୍ଖକୁ ହରାଇବାକୁ ପଦ୍ମରେ ବସିବାକୁ ଉଦ୍ୟମ ଚଳାଇଛନ୍ତି। କାଉଣ୍ଟର କରିବାକୁ ବିଜେଡି ମଧ୍ୟ ରଣନୀତି ପ୍ରସ୍ତୁତ କରିଛି। ଆଜି ପାରାଦୀପ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଗୋବିନ୍ଦ ତରାଇଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଛି ବିଜେଡି ।

ରୋମାଞ୍ଚକର ସ୍ଥିତିରେ ପାରଦୀପ ପଲିଟିକ୍ସ। ପାରାଦୀପ ନିର୍ବାଚନମଣ୍ଡଳୀ ଉପରେ ରହିଛି ସମସ୍ତଙ୍କ ନଜର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.