Below header

ରାମାୟଣ ଓ ମହାଭାରତରେ ବିପଦଜ୍ଜନକ ଷ୍ଟଣ୍ଟ ! ପ୍ରତିଦ୍ଵନ୍ଦିତା ଆଳରେ କରୁଛନ୍ତି ଭୟଙ୍କର କାରନାମା

କୁହାଯାଏ, ରାମାୟଣ ଦେଖିବା ପାଇଁ ଆଜି ଯାଏ ଲୋକଙ୍କ ଆଗ୍ରହ ରହିଆସିଛି । ତେବେ ପାଞ୍ଚ ସାତ ବର୍ଷ ମଧ୍ୟରେ ଦେଖାଦେଇଛି ନାଚରେ ପରିବର୍ତ୍ତନ । ମଞ୍ଚରେ ପରିବର୍ତ୍ତନ ସାଙ୍ଗକୁ ଲାଇଟ ସାଉଣ୍ଡ ସବୁଥିରେ ପରିବର୍ତ୍ତନ ଦେଖାଦେଇଛି। ଅନେକ କଳାକାର କୁହନ୍ତି, ଗୋଟିଏ ଦଳ ନାଚ କଲେ ଦର୍ଶକ ଦେଖିବାକୁ ପସନ୍ଦ କରିଥାନ୍ତି କିନ୍ତୁ ବାଦ ନାଚ ଅର୍ଥାତ ଦୁଇ ଦଳ ମଧ୍ୟରେ ପ୍ରତିଦ୍ଵନ୍ଦୀତା ହେଲେ କିଛି କଳାକାର ଭୟଙ୍କର କାରନାମା କରିଥାନ୍ତି ।

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲାର ଲୋକ ନୃତ୍ୟ ମଧ୍ୟରେ ରାମାୟଣ ଓ ମହାଭାରତ ଥିଏଟର ସବୁବେଳେ ଲୋକପ୍ରିୟ ହୋଇରହିଛି । ବିଶେଷ କରି ଗ୍ରାମାଞ୍ଚଳରେ ହେଉଥିବା ଠାକୁରାଣୀ ଯାତ୍ରାରେ ଏହାବିଶେଷ ଭାବରେ ପରିବେଷଣ ହୋଇଥାଏ । ଏହି ନାଚ ପଚାଶ ବର୍ଷ ରୁ ଉର୍ଦ୍ଧ ସମୟ ଧରି ମଞ୍ଚସ୍ଥ ହୋଇଆସୁଛି । ରାମାୟଣରେ ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିବା କଳାକାର ବର୍ଷ ବର୍ଷ ଧରି ଶିଖିବା ପରେ ମଞ୍ଚସ୍ଥ ହେଉଥିବା ବେଳେ ଗାଁ ଗୁଡିକରେ ନାଟ୍ୟ ଦଳ ବା ଆଖଡ଼ା ସୃଷ୍ଟି ହୋଇଆସୁଛି।

କୁହାଯାଏ, ରାମାୟଣ ଦେଖିବା ପାଇଁ ଆଜି ଯାଏ ଲୋକଙ୍କ ଆଗ୍ରହ ରହିଆସିଛି । ତେବେ ପାଞ୍ଚ ସାତ ବର୍ଷ ମଧ୍ୟରେ ଦେଖାଦେଇଛି ନାଚରେ ପରିବର୍ତ୍ତନ । ମଞ୍ଚରେ ପରିବର୍ତ୍ତନ ସାଙ୍ଗକୁ ଲାଇଟ ସାଉଣ୍ଡ ସବୁଥିରେ ପରିବର୍ତ୍ତନ ଦେଖାଦେଇଛି। ଅନେକ କଳାକାର କୁହନ୍ତି, ଗୋଟିଏ ଦଳ ନାଚ କଲେ ଦର୍ଶକ ଦେଖିବାକୁ ପସନ୍ଦ କରିଥାନ୍ତି କିନ୍ତୁ ବାଦ ନାଚ ଅର୍ଥାତ ଦୁଇ ଦଳ ମଧ୍ୟରେ ପ୍ରତିଦ୍ଵନ୍ଦୀତା ହେଲେ କିଛି କଳାକାର ଭୟଙ୍କର କାରନାମା କରିଥାନ୍ତି । ଅର୍ଥାତ ଶଗଡ଼ ଚକା ଘୁରାଇବା, ଦେହରେ ବାଣ ଖଞ୍ଜି ନିଆଁ ଲଗାଇବା , ସର୍କସ ଖାଇବା ପରି କଳା ପରିବେଷଣ କରିଥାନ୍ତି । ଏହିପରି କାର୍ଯ୍ୟକୁ ଅନେକ କଳାକାର ନା’ ପସନ୍ଦ କରିଛନ୍ତି।

banha

ଏପଟେ ରାମାୟଣ ନାଟ ବିଗତ ଦିନ ତୁଳନାରେ ବହୁତ ବ୍ୟୟ ବହୁଳ ହୋଇପଡିଛି । ଗାଁ ରେ ଅନେକ କଳାକାର ଓ ନାଟ୍ୟ ଅନୁଷ୍ଠାନ ମଧ୍ୟ ରହିଛି । ତେବେ ଆଉ ପୁରାଣ ଶୁଣିବା ଅପେକ୍ଷା ବାଦ ନାଚରେ ମନୋରଞ୍ଜନକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ବିଭିନ୍ନ ଗାଁରେ ଠାକୁରାଣୀ ଯାତ୍ରା ପାଇଁ ହେଉଥିବା ନାଚ କମିଟି କେନ୍ଦ୍ରୀୟ ହୋଇଯାଉଛି । ଦୁଇ ଗାଁ ର ନାଚ ଲାଗିବା ପରେ କେଉଁ ଗାଁ ଜିତିବ ସେଥିପାଇଁ ବାଣ ଠାରୁ ଆରମ୍ଭ କରି ବିପଦ ଜନକ ଦୃଶ୍ୟ ଦେଖାଇବାକୁ ବାଧ୍ୟ ହେଉଥିବା କହିଛନ୍ତି କଳାକାରମାନେ। ଏହା ସହ ବାଦନାଚ ହେଲେ ଅଧିକ ମନୋରଞ୍ଜନ ଓ କଳା କୌଶଳକୁ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି କଳାକାର।

ଗୋଟିଏ ନାଚ ଦଳ ହେଲେ ୧୮ ଘଣ୍ଟା ପର୍ଯ୍ୟନ୍ତ କେବଳ ନାଚ ପରିବେଷଣ ହୋଇଥାଏ କିନ୍ତୁ ବାଦ ନାଚ ହେଲେ ୨୫ ଘଣ୍ଟା ଲାଗିଯାଏ, କିନ୍ତୁ ନାଚର ଗୁରୁତ୍ୱ ନ ଥାଏ ବୋଲି କହନ୍ତି ଦର୍ଶକ ଓ ନାଟ୍ୟ ନିର୍ଦ୍ଦେଶକ। ଏପଟେ ସୋସିଆଲ ମିଡିଆରେ ହେଉଥିବା ବିପଦପୂର୍ଣ୍ଣ ଖେଳକୁ ଦେଖାଇବା ପାଇଁ ବାଦ ନାଚକୁ ଯାଉଥିବା କମିଟି କଳାକାରଙ୍କୁ ଡାକରା ଦେଇଥାନ୍ତି ବୋଲି ମଧ୍ୟ ସେମାନେ ମତ ପୋଷଣ କରିଛନ୍ତି ।

ଶରୀରରେ ବାଣ ଲଗାଇ ଫୁଟାଇବା, ଗୁଡ଼ାଏ ଚେୟାର ଧରି ଅଜବ ଭାବରେ ଛିଡା ହେବା ଏବଂ ଅତି ବିପଦଜ୍ଜନକ ଷ୍ଟଣ୍ଟ ସବୁ ଦେଖିବାକୁ ମିଳୁଛି ଏବେ ଗଞ୍ଜାମ ଜିଲ୍ଲାରେ ପରିବେଷଣ ହେଉଥିବା ରାମାୟଣ ଓ ମହାଭାରତ ନାଚରେ । ଏହା କେତେଦୁର ଠିକ୍ ଆପଣ ହିଁ ନିଷ୍ପତ୍ତି ନୁଅନ୍ତୁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.