ପୂର୍ବତନ ସିଏସଓଙ୍କ ଏତେ ସମ୍ପତ୍ତି ଆସିଲା କେଉଁଠୁ? ଭୁବନେଶ୍ୱର ଓ ପୁରୀର ପାଞ୍ଚଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ

ନୟାଗଡ଼ର ପୂର୍ବତନ ସିଏସଓ ବ୍ରଜେନ୍ଦ୍ର କୁମାର ନାୟକ।ଏବେ ନିଲମ୍ବିତ ହୋଇଛନ୍ତି ବ୍ରଜେନ୍ଦ୍ର। ଭୁବନେଶ୍ୱର ହାଉସିଂ ବୋର୍ଡ କଲୋନୀରେ ଚାଲିଛି ଚଢ଼ାଉ। ଭୁବନେଶ୍ୱର ରାଜରାଣୀ କଲୋନୀର ଦୁଇଟି ଘର ସମେତ ପୁରୀ ନିମାପଡାର ପୈତୃକ ଘରେ ମଧ୍ୟ ଚଢ଼ାଉ ଚାଲିଛି। ତା ସହ ନିମାପଡା ସୁନୁଗରଡିରେ ଥିବା ଫାର୍ମ ହାଉସରେ ମଧ୍ୟ ଯାଞ୍ଚ କରୁଛି ଭିଜିଲାନ୍ସ ।.

କଟକ(କେନ୍ୟୁଜ୍): ପୂର୍ବତନ ସିଏସଓଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ । ସ୍ଥାବର ଅସ୍ଥାବର ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ନୟାଗଡ଼ର ପୂର୍ବତନ ସିଏସଓ ବ୍ରଜେନ୍ଦ୍ର କୁମାର ନାୟକ। ଭୁବନେଶ୍ୱର ଓ ପୁରୀର ପାଞ୍ଚଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ। ଏବେ ନିଲମ୍ବିତ ହୋଇଛନ୍ତି ବ୍ରଜେନ୍ଦ୍ର। ଭୁବନେଶ୍ୱର ହାଉସିଂ ବୋର୍ଡ କଲୋନୀରେ ଚାଲିଛି ଚଢ଼ାଉ।

ଭୁବନେଶ୍ୱର ରାଜରାଣୀ କଲୋନୀର ଦୁଇଟି ଘର ସମେତ ପୁରୀ ନିମାପଡାର ପୈତୃକ ଘରେ ମଧ୍ୟ ଚଢ଼ାଉ ଚାଲିଛି। ତା ସହ ନିମାପଡା ସୁନୁଗରଡିରେ ଥିବା ଫାର୍ମ ହାଉସରେ ମଧ୍ୟ ଯାଞ୍ଚ କରୁଛି ଭିଜିଲାନ୍ସ ।ଚଢ଼ାଉରେ ସାମିଲ ଅଛନ୍ତି ଦୁଇ ଜଣ ଡିଏସପି, ୬ ଜଣ ଇନିସ୍ପେକ୍ଟରଙ୍କ ସମେତ ଭିଜିଲାନ୍ସର ଅନ୍ୟ କର୍ମଚାରୀ । ଭୁବନେଶ୍ୱର ସ୍ୱତନ୍ତ୍ର ଜଜଙ୍କ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.