ମାତ୍ର ୫୦୦ ସବସ୍କ୍ରାଇବରରେ ହେବ ମନିଟାଇଜେସନ

ୟୁଟ୍ୟୁବର ନୂଆ ନିୟମ, ଏବେ ମାତ୍ର ୫୦୦ ସବସ୍କ୍ରାଇବରରେ ହୋଇଯିବ ଚ୍ୟାନେଲ ମନିଟାଇଜ, କମାଇବେ ବଢ଼ିଆ ଟଙ୍କା

ୟୁଟ୍ୟୁବ, ଟଙ୍କା ରୋଜଗାରର ଏକ ବଡ ମାଧ୍ୟମ । ଡିଜିଟାଲ ଦୁନିଆରେ ଏବେ ଆପଣ କେଉଁଠାକୁ ଯିବାର ଅବଶ୍ୟକତା ନାହିଁ । ଏବେ ନିଜ କଣ୍ଟେଣ୍ଟ ରୁ କରିପାରିବେ ରୋଜଗାର । କେବଳ ମାତ୍ର ତାହା ଆପଣ ଭିୟୁର୍ସଙ୍କୁ ପସନ୍ଦ ଆସିବା ଦରକାର । ଯେତେ ଲୋକ ଆପଣ ୟୁଟ୍ୟୁବ ଚ୍ୟାନେଲ ରେ ଯୋଡି ହେବେ ସେତେ ଆପଣ ଅଧିକ ଟଙ୍କା ରୋଜଗାର କରିବେ । ଏବେ ଏହାକୁ ନେଇ ଏକ ବଡ ସୂଚନା ସାମ୍ନା କୁ ଆସିଛି । ୟୁଟ୍ୟୁବର ମନିଟାଇଜେସନ ନିୟମରେ ପରିବର୍ତ୍ତନ ହୋଇଛି । କୌଣସି ୟୁଟ୍ୟୁବ ଚାନେଲ ମନିଟାଇଜେସନ କରିବା ପାଇଁ ଏବେ ସବସ୍କ୍ରାଇବରଙ୍କ ସଂଖ୍ୟା କମ୍ କରାଯାଇଛି । ଯାହାକି ନିହାତି ଭାବେ ୟୁଜର୍ସଙ୍କ ପାଇଁ ଖୁସି ର ବିଷୟ । ଏବେ ଜାଣନ୍ତୁ ନୂଆ ନିୟମ..

ୟୁଟ୍ୟୁବରେ ଟଙ୍କା ରୋଜଗାର କରିବାକୁ ଚାହୁଁଥିବା ୟୁଜର୍ସଙ୍କ ପାଇଁ ଆସିଛି ଏକ ବଢ଼ିଆ ଖବର । ନୂଆ କରି ଚାନେଲ ଖୋଲିଥିବା ୟୁଟ୍ୟୁବରଙ୍କ ପାଇଁ ଏହା ରଜର ଭେଟି ବୋଲି କୁହାଯାଇପାରେ । କାରଣ ୟୁଟ୍ୟୁବର ମନିଟାଇଜେସନ ନିୟମରେ ପରିବର୍ତ୍ତନ ହୋଇଛି । କୌଣସି ୟୁଟ୍ୟୁବ ଚାନେଲ ମନିଟାଇଜେସନ କରିବା ପାଇଁ ଏବେ ସବସ୍କ୍ରାଇବରଙ୍କ ସଂଖ୍ୟା କମ୍ କରାଯାଇଛି । ପୂର୍ବରୁ ୧୦୦୦ ସବସ୍କ୍ରାଇବର କିମ୍ବା ୪୦୦୦ ଘଣ୍ଟା ସମୟ ହେବା ଜରୁରୀ ଥିଲା । ଏବେ କିନ୍ତୁ କମ ହେଲେ ମଧ୍ୟ ଚାନେଲ ମନିଟାଇଜ ହେବା ସହ ରୋଜଗାରର ହୋଇପାରିବ ।

ଆଜିକାଲି ୟୁଟ୍ୟୁବ ଚାନେଲରୁ ଟଙ୍କା ରୋଜଗାର କରିବା ଟ୍ରେଣ୍ଡିଂରେ ରହିଛି । ଦିନକୁ ଦିନ ଏଥିରେ ଅଧିକ ୟୁଟ୍ୟୁବର ଆଡ ମଧ୍ୟ ହେଉଛନ୍ତି । ତେଣୁ କମ୍ପାନୀ ବର୍ତ୍ତମାନ ୟୁଟ୍ୟୁବ ମନିଟାଇଜେସନ ନିୟମରେ ବଡ ପରିବର୍ତ୍ତନ ଆଣିଛି । ଏଣକିି ମାତ୍ର ୫୦୦ ସବସ୍କ୍ରାଇବର ହେଲେ ୟୁଟ୍ୟୁବ ଚାନେଲ ମନିଟାଇଜ ହୋଇଯିବ । ଏହା ସହିତ ୱାଚ ଟାଇମ ମଧ୍ୟ କମ୍ କରି ଦିଆଯାଇଛି । ପୂର୍ବରୁ ଏହି ସମୟ ୪୦୦୦ ଘଣ୍ଟା ଥିବା ବେଳେ ବର୍ତ୍ତମାନ ମାତ୍ର ୩୦୦୦ ଘଣ୍ଟା ଧାର୍ଯ୍ୟ କରିଛି କମ୍ପାନୀ । ଏହାପରେ ୟୁଟ୍ୟୁବର ଟର୍ମ ଆଣ୍ଡ କଣ୍ଡିସନ ମାନି ରୋଜଗାର କରିପାରିବେ । ଏହାବ୍ୟତୀତ ୯୦ ଦିନ ମଧ୍ୟରେ ଅତି କମରେ ୩ଟି ସର୍ବସାଧାରଣ ଭିଡିଓ ରହିବା ଉଚିତ ।

ପୂର୍ବରୁ ସର୍ଟ ଭିଡିଓ ମାଧ୍ୟମରେ ରୋଜଗାର କରିବାକୁ ହେଲେ ଆକାଉଣ୍ଟରେ ଅତିକମରେ ୧୦ ମିଲିୟନଭ୍ୟୁଜ ଆବଶ୍ୟକ ହେଉଥିବା ବେଳେ ୯୦ ଦିନ ଭିତରେ ଏହାକୁ ହାସଲ କରିବାକୁ ପଡୁଥିଲା । ତେବେ ପରିବର୍ତ୍ତିତ ନିୟମ ଅନୁଯାୟୀ ବର୍ତ୍ତମାନ ୟୁଟ୍ୟୁବରମାନଙ୍କୁ ମାତ୍ର ୩ ମିଲିୟନ ଭ୍ୟୁଜ ଆବଶ୍ୟକ ହେଉଛି ।

ୟୁଟ୍ୟୁବ ସର୍ଟ ଭିଡିଓ ପାଇଁ ନିୟମ:

ଜଣେ ୟୁଟ୍ୟୁବର୍ ସମସ୍ତ କ୍ରାଇଟେରିଆ ପାସ୍ କରି ସାରିବା ପରେ ଚାନେଲ ୟୁଟ୍ୟୁବ ପାର୍ଟନର ପ୍ରୋଗ୍ରାମ ଅଧୀନରେ ମନିଟାଇଜେସନ ପାଇଁ ପ୍ରସ୍ତୁତ ହୋଇପାରିବ । ଏହାପରେ ୟଟ୍ୟୁବର୍ କମ୍ପାନୀର ସୁପର ଚାଟ୍, ସୁପର ଷ୍ଟିକର ଏବଂ ସବସ୍କ୍ରିପ୍ସନ ଟୁଲ ବ୍ୟବହାର କରିବା ପାଇଁ ସକ୍ଷମ ହୋଇପାରିବେ । ତେବେ ୱାଇପିପି ଅଧୀନରେ ଥିବା ନୂତନ ନୀତି କେବଳ ୟୁଏସ, ୟୁକେ, କାନାଡା, ତାଇୱାନ ଏବଂ ଦକ୍ଷିଣ କୋରିଆରେ ଆରମ୍ଭ ହୋଇ ସାରିଥିବା ବେଳେ ଖୁବଶୀଘ୍ର ଏହା ଆଗାମୀ ଦିନରେ କାର୍ଯ୍ୟକାରୀ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.