ଗଜପତି: ଫାଷ୍ଟଫୁଡ୍ ଦୋକାନରେ ଅଗ୍ନିକାଣ୍ଡ, ବ୍ୟାପକ ସାମଗ୍ରୀ ନଷ୍ଟ

ମୋହନା ଥାନା ଅନ୍ତର୍ଗତ ପାଞ୍ଚଆମ୍ବ ଛକ ଠାରେ ଥିବା ଏକ ଫାଷ୍ଟଫୁଡ୍ ଦୋକାନରେ ଅଗ୍ନିକାଣ୍ଡ ଘଟି ବ୍ୟାପକ ସାମଗ୍ରୀ ନଷ୍ଟ ହୋଇଛି l ସକାଳ ସମୟରେ ଦୋକାନୀ ଦୋକାନ ଖୋଲିବା ପାଇଁ ପ୍ରସ୍ତୁତ ହେବାବେଳେ ହଠାତ ଗ୍ୟାସ୍ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ହୋଇଥିଲା

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ପାଞ୍ଚଆମ୍ବ ଛକ ଠାରେ ଥିବା ଏକ ଫାଷ୍ଟଫୁଡ୍ ଦୋକାନରେ ଅଗ୍ନିକାଣ୍ଡ ଘଟି ବ୍ୟାପକ ସାମଗ୍ରୀ ନଷ୍ଟ ହୋଇଛି l ସକାଳ ସମୟରେ ଦୋକାନୀ ଦୋକାନ ଖୋଲିବା ପାଇଁ ପ୍ରସ୍ତୁତ ହେବାବେଳେ ହଠାତ ଗ୍ୟାସ୍ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ହୋଇଥିଲା l ମୋହନା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଛି l ଅଗ୍ନିକାଣ୍ଡ ରେ ପ୍ରାୟ 80 ହଜାର ଟଙ୍କା ର ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.