Below header

ପାତ୍ରପଡ଼ା : ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ଖୋଳତାଡ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ଭୁବନେଶ୍ୱର(କେନ୍ୟୁଜ୍‌) : ଆଜି ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତ ଦେହ ମିଳିଛି । ମୃତ ଯୁବକଙ୍କ ନାମ ମନିଷ ଅନୁରାଗ । ତାଙ୍କୁ ହତ୍ୟା କରାଯାଇଥି ନେଇ ଅଭିଯୋଗ ହୋଇଛି ।

ସୂଚନାନୁଯାୟୀ, ଭୁବନେଶ୍ୱର ତମାଣ୍ଡୋ ଥାନା ଅନ୍ତର୍ଗତ ନମକାଣି ପୋଖରୀରେ ଜଣେ ଯୁବକଙ୍କ ଶବ ଭାସୁଥିବା ଦେଖାଯାଇଥିଲା । ତମାଣ୍ଡୋ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଛି ।

ମୃତ ଯୁବକ ମନିଷ ଅନୁରାଗ ସେ ଭୁବନେଶ୍ୱରର ଜଣେ ବରିଷ୍ଠ ସାମ୍ବାଦିକଙ୍କ ପୁଅ ବୋଲି ଜଣାପଡ଼ିଛନ୍ତି । ତେବେ ମନିଷଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ଗତକାଲି ସଂଧ୍ୟାରେ ତାଙ୍କ ପାଖକୁ ଧମକପୂର୍ଣ୍ଣ କଲ୍‌ ଆସିଥିଲା ବୋଲି କୁହାଯାଉଛି । ତେଣୁ ତାଙ୍କୁ କିଏ ହତ୍ୟା କରିଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।

ତାଙ୍କୁ କିଛି ଯୁବକ କାରରେ ନେଇଯାଇଥିବା ବାପାଙ୍କୁ କହିଥିଲେ ମନୀଷ । ଏପଟେ ଆଜି ଇନଫୋସିଟି ଥାନାରେ ଜଣେ ବ୍ୟକ୍ତି ନିଖୋଜ ନେଇ ମାମଲା ରୁଜୁ ହୋଇଛି । ଦୁଇଟି ମାମଲାକୁ ନେଇ ତଦନ୍ତ ଚାଲିଥିବା କହିଛନ୍ତି ଭୁବନେଶ୍ୱର ଡିସିପି । କେଉଁ ଯୁବକଙ୍କ ସହ ମନୀଷ ଯାଇଥିଲେ ଓ ଘଟଣାସ୍ଥଳକୁ କିପରି ଆସିଲେ, ସେନେଇ ତଦନ୍ତ ହେବ । ଏଥଥିପାଇଁ ସ୍ପେଶାଲ ସ୍କ୍ଵାର୍ଡ, ତମାଣ୍ଡୋ ଥାନା ଓ ଇନଫୋସିଟି ଥାନାକୁ ନେଇ ଟିମ୍‌ ଗଠନ କରାଯାଇଛି । ଘଟଣାସ୍ଥଳରେ ଖୋଳତାଡ କରିଛି ସାଇଣ୍ଟିଫିକ୍‌ ଟିମ୍‌ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.