ଫିଲ୍ମରେ ବୋଲ୍ଡ ସିନ୍‌ ଦେବାଠୁ ଆରମ୍ଭ କରି ଅମିତାଭଙ୍କ ସହ ସମ୍ପର୍କ ପର୍ଯ୍ୟନ୍ତ, ରେଖାଙ୍କ ଜୀବନର ଏମିତି କିଛି ବିବାଦ ଯାହା କେବେ ଭୁଲିହେବନି

ରେଖା! ବଲିଉଡ୍‌ ଜଗତର ସବୁଠୁ ଚର୍ଚ୍ଚିତ ନାୟିକା। ରେଖାଙ୍କ ପରିଚୟ ଦେବା ପାଇଁ ତାଙ୍କ ନାଁ ହିଁ ଯଥେଷ୍ଟ। ନିଜ ଦମ୍‌ଦାର ଅଭିନୟ ପାଇଁ ସେ ଦର୍ଶକଙ୍କୁ ପରଦାରେ ବାନ୍ଧି ରଖିବାରେ ସମର୍ଥ ହୋଇଥାନ୍ତି। ତେବେ ଫିଲ୍ମ ପାଇଁ ଯେତିକି ନିଜ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥାନ୍ତି ଏହି ଏଭରଗ୍ରୀନ୍‌ ଅଭିନେତ୍ରୀ। ୭୦ ଦଶକରୁ ଆରମ୍ଭ କରି ଏବେ ଯାଏଁ ରେଖା ସମସ୍ତଙ୍କର ପ୍ରିୟ ହୋଇ ରହିଛନ୍ତି। ତେବେ ଆଜି ହେଉଛି ଏହି ଟ୍ୟାଲେଣ୍ଟେଡ୍‌ ଅଭିନେତ୍ରୀଙ୍କ ଜନ୍ମଦିନ। ଆଜି ତାଙ୍କ ଜନ୍ମ ଦିନ ଅବସରରେ ଆସନ୍ତୁ ଜାଣିବା ରେଖାଙ୍କୁ ନେଇ ଉଠିଥିବା କେତେକ ବିବାଦ ବିଷୟରେ…

ବୋଲ୍ଡ ସିନ୍‌:

ରେଖା ନିଜ ଫିଲ୍ମ କ୍ୟାରିୟରର ଆରମ୍ଭ ‘ସାବନ୍‌ ଭାଦୋ’ ଫିଲ୍ମରୁ କରିଥିଲେ। ଏହି ଫିଲ୍ମ ସୁପରଡୁପର ହିଟ୍‌ ସାବ୍ୟସ୍ତ ହୋଇଥିଲା। ତେବେ ଏହି ଫିଲ୍ମରେ ରେଖାଙ୍କ ବୋଲ୍ଡ ଅନ୍ଦାଜ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ଖାସ୍‌ କରି ଫିଲ୍ମରେ ରେଖାଙ୍କ ଏକ୍ସପୋଜ୍‌ ଲୁକ୍‌ ଦେଖି ସେତେବେଳେ ବେଶ୍‌ ହଙ୍ଗାମା ହୋଇଥିଲା।

ଜବରଦସ୍ତି କିସ୍‌ କରିଥିଲେ ହିରୋ:

ଫିଲ୍ମ ‘ଅଞ୍ଜାନା ସଫର’ର ଏକ ରୋମାଣ୍ଟିକ ଗୀତର ସୁଟିଂ ପାଇଁ ରେଖା ସେଟ୍‌ରେ ପହଞ୍ଚିଥିଲେ। ନିର୍ଦ୍ଦେଶକ ଆକ୍ସନ୍‌ କହିବା ପରେ ଲିଡ୍‌ ଅଭିନେତା ବିଶ୍ୱଜିତ୍‌ ହଠାତ୍‌ ରେଖାଙ୍କ ଓଠକୁ କିସ୍‌ କରିବାକୁ ଆରମ୍ଭ କରି ଦେଇଥିଲେ। ସେ ପାଖାପାଖି ୫ ମିନିଟ୍‌ ଧରି ତାଙ୍କୁ ଚୁମ୍ବନ ଦେଇଥିଲେ। ଏହା ପରେ ରେଖା ବହୁତ କାନ୍ଦିଥିଲେ। ଏହି ଘଟଣା ପରେ ବିଶ୍ୱଜିତ୍‌ ସଫେଇ ଦେଇ କହିଥିଲେ ଯେ ଏଥିରେ ତାଙ୍କର କିଛି ଭୁଲ ନଥିଲା।

ଅକ୍ଷୟ କୁମାରଙ୍କ ସହ ଇଣ୍ଟିମେଟ୍‌ ଗୀତକୁ ନେଇ ବିବାଦ:

ରେଖା ନିଜ ଠାରୁ ବୟସରେ ସାନ ଅଭିନେତା ଅକ୍ଷୟ କୁମାରଙ୍କ ସହ ଇଣ୍ଟିମେଟ୍‌ ସିନ୍‌ କରିଥିଲେ। ଖିଲାଡିୟୋଁ କା ଖିଲାଡି ଫିଲ୍ମରେ ରେଖା ଅକ୍ଷୟଙ୍କ ସହ ବିନ୍ଦାସ୍‌ ରୋମାନ୍ସ କରିଥିଲେ। ଏନେଇ ପରେ ରେଖାଙ୍କୁ ଅନେକ କଥା ଶୁଣିବାକୁ ମଧ୍ୟ ପଡ଼ିଥିଲା। ଏମିତି କି କୁହାଯାଉଥିଲା ଯେ ଅକ୍ଷୟ ଓ ରେଖା ପରସ୍ପରକୁ ଡେଟ୍‌ କରୁଛନ୍ତି।

ବିବାହିତ ଅଭିନେତାଙ୍କ ସହ ଆଫେୟାରକୁ ନେଇ ଚର୍ଚ୍ଚା:

ରେଖାଙ୍କ ଜୀବନ କାହାଣୀ କଥା ଆମେ କହିବା ଆଉ ସେଥିରେ ଅମିତାଭ ବଚ୍ଚନଙ୍କ ନାଁ ନଥିବ ଏମିତି କେବେ ହୋଇପାରେନା। ଫିଲ୍ମରେ କାମ କରିବା ପରେ ବ୍ୟକ୍ତିଗତ ଜୀବନରେ ମଧ୍ୟ ଅମିତାଭ ବଚ୍ଚନ ଓ ରେଖା ପରସ୍ପରର ଖୁବ୍‌ ନିକଟତର ହୋଇଥିଲେ। ଗୋଟିଏ ସମୟରେ କୁହାଯାଉଥିଲା ଯେ ଅମିତାଭ ଓ ରେଖା ବିବାହ ମଧ୍ୟ କରିଛନ୍ତି। କିନ୍ତୁ କେବେ ବି ଦୁଇ କଳାକାର ଏହି କଥାକୁ ସ୍ୱୀକାର କରିନଥିଲେ। ମଝିରେ ଏମିତି କିଛି ଖବର ଜୟା ବଚ୍ଚନଙ୍କ ଗୃହସ୍ଥୀ ଉପରେ ଖୁବ୍‌ ପ୍ରଭାବ ପକାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.