୨୪ଟି ବିୟର ପିଇବା ପରେ ଶାରୀରିକ ସମ୍ପର୍କ ରଖିଥିଲା ଯୁବକ, କିନ୍ତୁ କିଛି ଏମିତି ହେଲା ଯେ ଚାଲିଗଲା ଗାର୍ଲଫ୍ରେଣ୍ଡ୍‌ର ଜୀବନ

ପ୍ରେମିକର ମଦ ନିଶା ଯୋଗୁ ଚାଲିଗଲା ପ୍ରେମିକା ଜୀବନ। ମଦ ନିଶାରେ ଚୂର ହୋଇ ପ୍ରେମିକ ଜଣକ ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖୁଥିଲା। ଏହି ସମୟରେ ସେ ଜାଣିବି ପାରି ନଥିଲା ଯେ ସେ କ’ଣ କରୁଛି। ରାତିରେ ପ୍ରେମିକା ସହ ସମ୍ପର୍କ ରଖିବା ବେଳେ ନିଶାରେ ହିଁ ସେ ଶୋଇ ପଡ଼ିଥିଲା। କିନ୍ତୁ ସକାଳୁ ଉଠିବା ବେଳକୁ ବେଡ୍‌ରେ ନିଜ ପାଖରେ ପ୍ରେମିକାର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା। ଏଭଳି ଏକ ଘଟଣା ଘଟିଛି ଇଂଲଣ୍ଡରେ।

ଏଠାରେ ୩୨ ବର୍ଷୀୟ ସାମ୍‌ ପାୟବସ୍‌ ଓ ସୋଫି ମାସ୍‌ ପରସ୍ପର ସହ ରିଲେସନ୍‌ସିପ୍‌ରେ ଥିଲେ। ଉଭୟେ ବିବାହିତ ଥିବା ବେଳେ ସୋଫିଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି। ଘଟଣା ଦିନ ରାତିରେ ସାମ୍‌ ନିଜ ଗାର୍ଲଫ୍ରେଣ୍ଡ ସୋଫିଙ୍କ ଫ୍ଲାଟ୍‌କୁ ଯାଇଥିଲେ। ସେଠାରେ କେହି ରହୁନଥିବାରୁ ଉଭୟେ ରାତି ସାରା ମଉଜ କରିବେ ବୋଲି ପ୍ଲାନ୍‌ କରିଥିଲେ। ଏଣୁ ଉଭୟେ ପ୍ରବଳ ମଦ ପିଇ ଦେଇଥିଲେ। ଅଧିକ ନିଶା ହେବା ପାଇଁ ସାମ୍‌ ୨୪ଟି ବିୟର ପିଇ ଦେଇଥିଲେ।

ନିଶାସକ୍ତ ଅବସ୍ଥାରେ ହିଁ ସେମାନେ ଶାରୀରିକ ସମ୍ପର୍କ ରଖିଥିଲେ। ସାମ୍‌ ମଦ ଯୋଗୁ ଏତେ ମାତ୍ରାରେ ନିଶାସକ୍ତ ଥିଲେ ଯେ ସେ ଜାଣିପାରିନଥିଲେ ଯେ ସମ୍ପର୍କ ରଖିବା ବେଳେ ଗାର୍ଲଫ୍ରେଣ୍ଡର ତଣ୍ଟି ଚିପି ଦେଇଛନ୍ତି। ଶାରୀରିକ ସମ୍ପର୍କ ବେଳେ ସେ ପାଖାପାଖି ୧୦ ମିନିଟ୍‌ କାଳ ସୋଫିଙ୍କ ତଣ୍ଟିକୁ ଚିପି ଧରିବାରୁ ସେଠାରେ ହିଁ ସୋଫିଙ୍କ ଜୀବନ ଚାଲିଯାଇଥିଲା। କିନ୍ତୁ ଏନେଇ ସାମ୍‌ ଜାଣିପାରିନଥିଲେ। ସକାଳୁ ତାଙ୍କ ନିଦ ଭାଙ୍ଗିବା ପରେ ସେ ସୋଫିଙ୍କୁ ଖଟରେ ନିସ୍ତେଜ ପଡ଼ିଥିବା ଦେଖିଥିଲେ। ଗତ ରାତିରେ କ’ଣ ଘଟିଥିଲା ସେ ନେଇ ସେ ପ୍ରଥମେ ମନେ ପକାଇ ପାରିନଥିଲେ। ତେବେ ଏଥିପାଇଁ ସେ ହିଁ ଦାୟୀ ବୋଲି ଜାଣିବା ପରେ ସାମ୍‌ ପୋଲିସ ପାଖକୁ ଯାଇ ସମସ୍ତ ଘଟଣା କହିବା ସହ ଆତ୍ମ ସମର୍ପଣ କରିଥିଲେ।

ପୋଲିସ ସାମ୍‌ଙ୍କ ଠାରୁ ସବୁ ଶୁଣିବା ପରେ ତାଙ୍କୁ ଗିରଫ କରିବା ସହ ଫ୍ଲାଟ୍‌କୁ ଯାଇ ସୋଫିଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅନ୍ୟପଟେ କୋର୍ଟରେ ସାମ୍‌ଙ୍କୁ ୫ ବର୍ଷ ଦଣ୍ଡାଦେଶ ହୋଇଥିଲା। କିନ୍ତୁ ତାଙ୍କ ଦଣ୍ଡକୁ ବଢ଼ାଇବା ପାଇଁ ଆଟର୍ଣ୍ଣି ଜେନେରାଲ ସୁପାରିଶ କରିଛନ୍ତି। ତେବେ ମଦ ପାଇଁ ଅଜାଣତରେ ଏମିତି ହୋଇଥିବାରୁ ସାମ୍‌ କ୍ଷମା ମାଗିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.