Below header

ରୁଷରେ ଭୟଙ୍କର ବିମାନ ଦୁର୍ଘଟଣା, ଜୀବନ ହାରିଲେ ୧୬ ଯାତ୍ରୀ

ରୁଷରେ ଏକଭୟଙ୍କର ବିମାନ ଦୁର୍ଘଟଣା ଘଟିଯାଇଛି ।  ଦୁର୍ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମିଳିଥିବା ଖବର ମୁତାବକ L-410 ନାମକ ଏକ ପ୍ଲେନ ୨୨ ଜଣ ଯାତ୍ରୀଙ୍କୁ ନେଇ ସକାଳ ୯.୨୩ ରେ ଯିବା ସମୟରେ ରୁଷର ମଧ୍ୟ ଭାଗରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା । ଏମାନଙ୍କ ମଧ୍ୟରୁ ୧୬ ଜଣଙ୍କ ମୃତ ଦେହ ମିଳିଥିବା ବେଳେ ୬ ଜଣଙ୍କୁ ଉଦ୍ଧାର କରାଯାଇଛି । ଆହତ ୬ ଜଣଙ୍କୁ ହସ୍ପିଟାଲରେ ରଖାଯାଇ ଚିକିତ୍ସା କରାଯାଉଥିବା ନେଇ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ବି ଚଳିତ ବର୍ଷ ରଷିଆରେ ଏକ ବଡ ଧରଣର ପ୍ଲେନ ଦୁର୍ଘଟଣା ଘଟିଥିବା ବେଳେ ସେଥିରେ ୮ ଜଣ ପ୍ରାଣ ହରାଇଥିବା ଜଣାଯାଇଛି । ଖରାପ ବ୍ୟବସ୍ଥା କାରଣରୁ ବାରାମ୍ବାର ଏମିତି ଦୁର୍ଘଟଣା ଘଟୁଥିବା ନେଇ ବିରୋଧୀ ପକ୍ଷ ମତ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.