ଯୁବତୀଙ୍କ ହାତ ବନ୍ଧା ଶବ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ

କେନ୍ଦୁଝର(କେନ୍ୟୁଜ) : କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ୨୦ ବର୍ଷ ବୟସ୍କା ଯୁବତୀଙ୍କ ହାତ ବନ୍ଧା ଶବ ପୋଖରୀରୁ ଉଦ୍ଧାର କରାଯାଇଛି । ଯୁବତୀଙ୍କ ହାତ ପଛରୁ ବନ୍ଧା ଯାଇଥିବାରୁ ଏବଂ ତାଙ୍କ ଅନ୍ତବସ୍ତ୍ର ପୋଖରୀ ନିକଟ ଏକ ଗଛ ନିକଟରୁ ଉଦ୍ଧାର ହୋଇଥିବାରୁ କେହି ଦୁର୍ବୃତ୍ତ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ନେଇ ସନ୍ଦେହ ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ ପଣ୍ଡାପଡ଼ା ଥାନା ଅଞ୍ଚଳରେ ଧୀର ଦଣ୍ଡପାଟଙ୍କ ଝିଅ ରିନା(୨୦) ଓ ତାଙ୍କ ମା’ ଶନିବାର ଗୋଟିଏ ଘରେ ଶୋଇଥିଲେ । ରାତିରେ ରିନା ବାହାରକୁ ଯାଇ ଆଉ ଫେରିନଥିଲେ । ପରିବାର ଲୋକ ସକାଳେ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳିନଥିଲା । ପରେ ବୁଢ଼ାଖମଣ ଗାଁ ରାସ୍ତାକଡ଼ରେ ଥିବା ଏକ ପୋଖାରୀରୁ ରୀନାଙ୍କ ଶବ ଭାସୁଥିବାର ଦେଖିବାକୁ ମିଳିଥିଲା ।

ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇବା ପରେ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିଥିଲା । ନିକଟସ୍ଥ ଏକ ଗଛ ନିକଟରୁ ରୀନାଙ୍କ ଅନ୍ତବସ୍ତ୍ର ଓ ଚପଲ ପଡ଼ିଥିବାର ଦେଖିବାକୁ ମିଳିଥିଲା । କେହି ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ ପ୍ରକାଶ ପାଇଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ପୋଲିସ ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.