Below header

୪ ଦିନ ପରେ ନିଖୋଜ ନାବାଳକର ଶବ ଉଦ୍ଧାର, ସନ୍ଦେହରେ ୩ ଅଟକ

୪ ବର୍ଷର ଶିଶୁ ନିଖୋଜ ହେବାର ୪ ଦିନ ପରେ ମିଳିଲା ନିଖୋଜ ଶିଶୁର ପତ୍ତା । ଗାଁ ନିକଟସ୍ଥ ଅନ୍ୟ ଏକ ପଥର ଖଣିରୁ ମିଳିଲା ଶିଶୁର ଶବ । ହାତ ଗୋଡ଼ ବନ୍ଧା ଅବସ୍ଥାରେ ମିଳିଅଛି ଶବ ।

ଟାଙ୍ଗୀ : ୪ ବର୍ଷର ଶିଶୁ ନିଖୋଜ ହେବାର ୪ ଦିନ ପରେ ମିଳିଲା ନିଖୋଜ ଶିଶୁର ପତ୍ତା । ଗାଁ ନିକଟସ୍ଥ ଅନ୍ୟ ଏକ ପଥର ଖଣିରୁ ମିଳିଲା ଶିଶୁର ଶବ । ହାତ ଗୋଡ଼ ବନ୍ଧା ଅବସ୍ଥାରେ ମିଳିଅଛି ଶବ । ପୋଲିସ ପ୍ରଶାସନ ଗତ ୪ ଦିନ ହେଲା ଅପରେସନ ଚଳାଇଥିଲେ ମଧ୍ୟ ଠାବ କରିପାରିନଥିଲା ନିଖୋଜ ଶିଶୁକୁ ।

ଗତ ୧୭  ତାରିଖ ଦିନ ଟାଙ୍ଗୀ ଥାନା ଭୂଷଣ୍ଡପୁର ଫାଣ୍ଡି ଉଜ୍ୱଳା ଗୋପିନାଥ ପୁରର ସୁବାସ ପ୍ରଧାନଙ୍କ ପୁତ୍ର ସୌମ୍ୟ ରଂଜନ ପ୍ରଧାନ (ରାହୁଲ୍-୪ବର୍ଷ) ସମ୍ପର୍କୀୟ ଜେଜେଙ୍କ ସହ ଗାଁ ନିକଟସ୍ଥ ଖଣିକୁ ଗାଧୋଇବାକୁ ଯାଇଥିଲା । ଗାଧୋଇବାକୁ ଯାଇ ଦିନ ୧୧ଟା ଠାରୁ ଘରକୁ ଫେରିନଥିଲା ରାହୁଲ ।

ଏ ନେଇ ପରିବାର ଲୋକେ ଫାଣ୍ଡିରେ ଅଭିଯୋଗ କରିଥିଲେ । ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ । ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଦଳ ଘଟଣା ସ୍ଥଳକୁ ଯାଇ ବହୁ ଖୋଜାଖୋଜି କରିଥିଲେ । ନାବାଳକ ରାହୁଲ ଗାଧୋଇବାକୁ ଯାଇଥିବା ଖଣିରେ ତନ୍ନ ତନ୍ନ କରି ଖୋଜିଥିଲେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ।

ନିକଟସ୍ଥ ଜଙ୍ଗଲ, କୂଅ ଓ ପୋଖରୀରେ ତଲାସ କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲେ । ଆଜି ଗାଁ ନିକଟରେ ଥିବା ଅନ୍ୟ ଏକ ପଥର ଖଣିରେ ଶିଶୁର ଶବ ଉଦ୍ଧାର ହୋଇଛି । ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଏହି ଘଟଣାରେ ସନ୍ଦେହରେ ୩ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.