ଜାତୀୟ ଶିକ୍ଷା ନୀତି ୨୦୨୦ : ପିଲା ପଢିବେ ରାମାୟଣ ଓ ମହାଭାରତ, ସ୍କୁଲ କାନ୍ଥରେ ରହିବ ସମ୍ବିଧାନର ମୁଖବନ୍ଧ

ସ୍କୁଲ ପାଠ୍ୟକ୍ରମରେ ସାମିଲ ହୋଇପାରେ ରାମାୟଣ ଓ ମହାଭାରତ। ସପ୍ତମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପଢିବେ ରାମାୟଣ ଓ ମହାଭାରତ।

ସ୍କୁଲ ପାଠ୍ୟକ୍ରମରେ ସାମିଲ ହୋଇପାରେ ରାମାୟଣ ଓ ମହାଭାରତ। ସପ୍ତମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପଢିବେ ରାମାୟଣ ଓ ମହାଭାରତ। ସୋସିଆଲ ସାଇନ୍ସ ପାଠ୍ୟକ୍ରମ ସଂଶୋଧନ ପାଇଁ ଏନସିଇଆରଟି ପକ୍ଷରୁ ଗଠିତ ଉଚ୍ଚସ୍ତରୀୟ କମିଟି ରାମାୟଣ, ମହାଭାରତକୁ ପାଠ୍ୟକ୍ରମରେ ସାମିଲ କରିବା ସହ ଶ୍ରେଣୀ କାନ୍ଥରେ ସମ୍ବିଧାନର ମୁଖବନ୍ଧ ବା ପ୍ରିଆମ୍ବଲ ଲେଖିବାକୁ ସୁପାରିଶ କରିଛି।

ଏହି କମିଟିର ସୁପାରିଶ ଜାତୀୟ ସିଲାବସ ଓ ଟିଚିଂ ଲର୍ଣ୍ଣିଂ ମ୍ୟାଟେରିଆଲ କମିଟିରେ ଉପସ୍ଥାପିତ ହେବ। ରାମାୟଣ ଓ ମହାଭାରତ ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବା ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମସମ୍ମାନ ବଢିବ, ଦେଶପ୍ରେମ ସୁଦୃଢ ହେବ ଓ ଦେଶର ସଂସ୍କୃତିକୁ ସେମାନେ ବୁଝିପାରିବେ ବୋଲି କମିଟି ମତ ଦେଇଛି। ପୂର୍ବରୁ ଏହି କମିଟି ସ୍କୁଲ ପାଠ୍ଯପୁସ୍ତକରେ ଇଣ୍ଡିଆ ବଦଳରେ ଭାରତ ଲେଖିବାକୁ ଓ ପ୍ରାଚୀନ ଇତିହାସ ବଦଳରେ କ୍ଲାସିକାଲ ହିଷ୍ଟ୍ରି ସାମିଲ କରିବାକୁ ସୁପାରିଶ କରିଛି। ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଏନସିଇଆରଟି ସ୍କୁଲ ପାଠ୍ୟକ୍ରମ ସଂଶୋଧନ କରୁଛନ୍ତି। ଆଗାମୀ ଶିକ୍ଷା ବର୍ଷରୁ ନୂଆ ଏନସିଇଆରଟି ପାଠ୍ୟପୁସ୍ତକ ପ୍ରଚଳନ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.