ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ୫୦ ମିନିଟ ଗୁଳିବିନିମୟ, ବହୁ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ

ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ୫୦ ମିନିଟ ଗୁଳିବିନିମୟ। ଏସଓଜି ଓ ଡିଭିଏଫର ମୁକାବିଲା କରିନପାରି ଛତ୍ରଭଙ୍ଗ ଦେଲେ ମାଓବାଦୀ।

ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ୫୦ ମିନିଟ ଗୁଳିବିନିମୟ। ଏସଓଜି ଓ ଡିଭିଏଫର ମୁକାବିଲା କରିନପାରି ଛତ୍ରଭଙ୍ଗ ଦେଲେ ମାଓବାଦୀ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡିର ରାବଣେଶ୍ବର ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି।

ଜଙ୍ଗଲରେ ପ୍ରାୟ ୪୦ ସଶସ୍ତ୍ର ନକ୍ସଲ ଥିବା ନେଇ ସୂଚନା ମିଳିବା ପରେ ଏସଓଜି ଓ ଡିଭିଏଫ କମ୍ବିଂଅପରେସନ ଆରମ୍ଭ କରିଥିଲେ। ସୁରକ୍ଷା କର୍ମୀଙ୍କ ଉପରକୁ ପ୍ରଥମେ ବୋମା ଫିଙ୍ଗିବା ସହ ଅତର୍କିତ ଗୁଳିମାଡ଼ କରିଥିଲେ ନକ୍ସଲ।

ସୁରକ୍ଷାକର୍ମୀଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ ଛତ୍ରଭଙ୍ଗ ଦେଇଥିଲେ ନକ୍ସଲ। ସୁରକ୍ଷାକର୍ମୀ ସଂପୃକ୍ତ ଅଞ୍ଚଳରେ ଖାନତଲାସୀ କରି ବହୁ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରିଛନ୍ତି। ଏନେଇ ମନମୁଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବୌଦ୍ଧ ଏସପି ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.