Below header

୧୫ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ପୋଲିସ୍ ସବ୍ ଇନ୍ସପେକ୍ଟର

ଫୋନ ପେ'ରେ ଲାଞ୍ଚ ଟଙ୍କା ନେବା ବେଳେ ଧରାପଡ଼ିଲେ ପୋଲିସ୍ ସବ୍ ଇନ୍ସପେକ୍ଟର । ୧୫ ହଜାର ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ।

ଫୋନ ପେ’ରେ ଲାଞ୍ଚ ଟଙ୍କା ନେବା ବେଳେ ଧରାପଡ଼ିଲେ ପୋଲିସ୍ ସବ୍ ଇନ୍ସପେକ୍ଟର । ୧୫ ହଜାର ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ। ଜବତ ବାଇକ୍ ରିଲିଜ୍ କରିବାକୁ ଟଙ୍କା ନେଉଥିଲେ ବାଉଁଶୁଣି ଥାନାରେ କାର୍ଯ୍ୟରତ ସବ୍ ଇନ୍ସପେକ୍ଟର ବିକ୍ରମ ଦେହୁରୀ । ଗାଡ଼ି ରିଲିଜ୍ ପାଇଁ କୋର୍ଟଙ୍କ ଅନୁମତି ପରେ ମଧ୍ୟ ଟଙ୍କା ମାଗୁଥିଲେ । ସବ୍ ଇନ୍ସପେକ୍ଟର ବିକ୍ରମ ଦେହୁରୀ ବବଡା ଗାଁର କରୁଣାକର ନାଏକଙ୍କଠାରୁ ଜବତ ବାଇକ୍ ରିଲିଜ୍ କରିବାକୁ ମୋଟା ଅଙ୍କର ଟଙ୍କା ଦାବି କରିଥିଲେ ।

ପୂର୍ବରୁ ୨୦ ହଜାର ଟଙ୍କା ମଧ୍ୟ ନେଇଥିଲେ ଏବଂ ଅଭିଯୋଗକାରି ଗାଡ଼ି ରିଲିଜ୍ କରିବାକୁ କୋର୍ଟର ନିର୍ଦ୍ଦେଶ ଆଣିଥିଲେ ମଧ୍ୟ ତାଙ୍କୁ ଆଉ ୧୫ ହଜାର ଟଙ୍କା ଦେବାକୁ କହିଥିଲେ। ଟଙ୍କା ନ ଦେଲେ କୋର୍ଟ ନିର୍ଦ୍ଦେଶ ମଧ୍ୟ ପାଳନ କରିବେ ନାହିଁ ଏବଂ ଗାଡ଼ି ଛାଡ଼ିବେ ନାହିଁ ବୋଲି କହିଥିଲେ । ଅଭିଯୋଗକାରୀ ଫୋନ୍ ପେ’ ଯୋଗେ ଟଙ୍କା ଦେଉଥିବା ବେଳେ ହଠାତ୍ ବିକ୍ରମଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ । ତେବେ ଏ ନେଇ ଅଧିକ ତଦନ୍ତ ଜାରି ରହିଛି ଏବଂ ଆସନ୍ତାକାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଡିଏସପି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.