ସମୁଦ୍ର କୂଳରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
ଅସ୍ତରଙ୍ଗ ନିକଟ ଗୁଣ୍ଡଳବା ସମୁଦ୍ର କୂଳରେ କ୍ଷତବିକ୍ଷତ ମୃତଦେହ ଠାବ । ମୃତକ ବ୍ୟକ୍ତି ଆଇଁଶିଣିଆ ଗ୍ରାମର ରାଧୁ ସ୍ବାଇଁ ବୋଲି ଜଣାପଡିଛି। ଲୋକେ ଏନେଇ ପୁଲିସକୁ ଖବର ଦେଇଥିଲେ। ମୃତଦେହରେ କ୍ଷତ ଚିହ୍ନ ରହିଛି।

କାକଟପୁର (କେନ୍ୟୁଜ): ଅସ୍ତରଙ୍ଗ ନିକଟ ଗୁଣ୍ଡଳବା ସମୁଦ୍ର କୂଳରେ କ୍ଷତବିକ୍ଷତ ମୃତଦେହ ଠାବ । ମୃତକ ବ୍ୟକ୍ତି ଆଇଁଶିଣିଆ ଗ୍ରାମର ରାଧୁ ସ୍ବାଇଁ ବୋଲି ଜଣାପଡିଛି। ଲୋକେ ଏନେଇ ପୁଲିସକୁ ଖବର ଦେଇଥିଲେ। ମୃତଦେହରେ କ୍ଷତ ଚିହ୍ନ ରହିଛି। ବ୍ୟକ୍ତି ଜଣଙ୍କ ଗତକାଲି ସନ୍ଧ୍ୟାରୁ ନିଖୋଜ ଥିଲେ । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ଘଟଣାକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।