ଭାଇଜାନ୍‌ଙ୍କ ଘର ବାହାରେ ଗୁଳିକାଣ୍ଡକୁ ନେଇ ମୁମ୍ବାଇ କ୍ରାଇମବ୍ରାଞ୍ଚ କଲା ବଡ ଖୁଲାସା, ଗୁଳି ଚଳାଇବା ପୂର୍ବରୁ ସୁଟର କରିଥିଲେ ଏପରି ପ୍ଲାନିଂ

ସଲମାନ ଖାନ୍‌ଙ୍କ ଘର ବାହାରେ ଗୁଳିକାଣ୍ଡ ମାମଲାରେ ଗତ କାଲି ୨ ଜଣ ଗିରଫ୍‌ ହୋଇଛନ୍ତି । କିନ୍ତୁ ଏବେ ମୁମ୍ବାଇ କ୍ରାଇମବ୍ରାଞ୍ଚ୍‌ ସଲମାନ ଖାନଙ୍କ ଘରେ ଗୁଳି ଚଳାଇଥିବା ସୁଟରଙ୍କୁ ପଚରାଉଚରା ବେଳେ ଏକ ବଡ ଖୁଲାସା ହୋଇଛି ।

ସଲମାନ ଖାନ୍‌ଙ୍କ ଘର ବାହାରେ ଗୁଳିକାଣ୍ଡ ମାମଲାକୁ ନେଇ ଅନେକ ଦିନ ହେବ ତଦନ୍ତ ଚାଲିଛି । ତେବେ ଗତ କାଲି ଏହି ଘଟଣାର ଦୋଷୀ ଗିରଫ୍‌ ହୋଇଛନ୍ତି । କିନ୍ତୁ ଏବେ ସଲମାନ ଖାନଙ୍କ ଘରେ ଗୁଳି ଚଳାଇଥିବା ସୁଟରଙ୍କୁ ପଚରାଉଚରା ବେଳେ ଏକ ବଡ ଖୁଲାସା ହୋଇଛି । ମୁମ୍ବାଇ କ୍ରାଇମବ୍ରାଞ୍ଚ୍‌ ପଚରାଉଚରା କରିବା ବେଳେ ଅଭିଯୁକ୍ତ ସୁଟରମାନେ କହିଛନ୍ତି ଯେ ଗୁଳି ଚଳାଇବା ପୂର୍ବରୁ ସେମାନେ ସଲମାନଙ୍କ ଘରଠାରୁ ୧୦୦ ମିଟର ପୂର୍ବରୁ ବାଇକକୁ ଅଟକାଇ ପାଦରେ ଗାଲାକ୍ସି ଆପାର୍ଟମେଣ୍ଟ ପାଖକୁ ଚାଲିକି ଆସିଥିଲେ । ଯେତେବେଳେ ଘର ବାହାରେ କୌଣସି ସୁରକ୍ଷାକର୍ମୀ କିମ୍ବା ପୋଲିସ କର୍ମଚାରୀ ନଥିଲେ, ଅଭିଯୁକ୍ତ ଏକ ବାଇକରେ ଆସି ଗୁଳି ଚଲାଇ ପଳାଇ ଯାଇଥିଲେ ।

ଅଭିଯୁକ୍ତ ସୁଟରମାନେ କହିଛନ୍ତି ଯେ ଯେତେବେଳେ ସେମାନେ ଦେଖିଲେ ଯେ ସଲମାନ ଖାନଙ୍କ ଘର ବାହାରେ ପୋଲିସ ସୁରକ୍ଷା କିମ୍ବା ଗାଡ ନାହିଁ, ସେତେବେଳେ ଦୁହେଁ ପୁଣି ଏକ ବାଇକରେ ଆସି ଗୁଳି ଚଳାଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ଏହା ପୂର୍ବରୁ ସାମ୍ନାକୁ ଆସିଥିଲା ଯେ ସଲମାନଙ୍କ ଘରେ ଗୁଳି ବିନିମୟ ସମୟରେ ଫାଟକ ବାହାରେ ସୁରକ୍ଷା ପାଇଁ କୌଣସି ପୋଲିସ୍ ଜିପ୍ ନିୟୋଜିତ ହୋଇନଥିଲା ।

ଗୁଜୁରାଟର ଭୁଜରୁ ଗୁଳି ଚଳାଇଥିବା ଅଭିଯୁକ୍ତଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିଲା । ଏହା ପରେ ଉଭୟ ଅଭିଯୁକ୍ତଙ୍କୁ ମୁମ୍ବାଇ ଅଣାଯାଇଥିଲା । କ୍ରାଇମ ବ୍ରାଞ୍ଚ ସୂତ୍ର ଅନୁଯାୟୀ ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ ବିକି ଗୁପ୍ତା ୨୪ ବର୍ଷ ଏବଂ ସାଗର ପାଲ ୨୧ ବର୍ଷ । ଉଭୟ ଅଭିଯୁକ୍ତ ସୁଟର ହେଉଛନ୍ତି ବିହାରର ପଶ୍ଚିମ ଚମ୍ପରନ୍ ମାସିହର ବାସିନ୍ଦା । ତେବେ ଚୋରି ଏବଂ ଛଡ଼ାଇବା ଭଳି ମାମଲା ଉଭୟଙ୍କ ବିରୋଧରେ ଅଭିଯୋଗ ଦାଖଲ ହୋଇଛି । ଏହି ମାମଲାରେ ମୁମ୍ବାଇ ପୋଲିସ ମଧ୍ୟ ପନବେଲରୁ ଦୁଇ ଜଣଙ୍କୁ ଅଟକ ରଖିଥିଲା । ଦୁହେଁ ସଲମାନଙ୍କ ଘରେ ଗୁଳି ଚଳାଇଥିବା ସୁଟରଙ୍କୁ ସେକେଣ୍ଡ ହ୍ୟାଣ୍ଡ ବାଇକ ବିକ୍ରି କରିଥିଲେ ।

ରବିବାର ଦିନ ବାଇକ୍‌ରେ ଆସି ଦୁଇ ଜଣ ଲୋକ ଅଭିନେତା ସଲମାନଙ୍କ ଘର ବାହାରେ ଗୁଳି ଚଳାଇଥିଲେ, ଯେଉଁଥିରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ସହ ଜଡିତ ଲୋକଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା । ସଲମାନଙ୍କ ଘରେ ଗୁଳି ବିନିମୟ ପଛରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ରୋହିତ ଗୋଡାରା ଅଛନ୍ତି ବୋଲି ଖବର ଆସିଛି । ରାଜସ୍ଥାନର ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରା ଆମେରିକାରେ ରୁହନ୍ତି । ସେ ଆମେରିକାରୁ ଏହି ପ୍ଲାନିଂ କରିଥିଲେ, ଏଥିପାଇଁ ସୁଟରମାନଙ୍କୁ ଯୋଗାଡ କରିଥିଲେ । ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ସଲମାନ ଖାନଙ୍କ ଘର ଏବଂ ଫାର୍ମ ହାଉସ ଖୋଜିବାରେ ସାହାଯ୍ୟ କରିଥିଲେ । ସୁଖଦେବ ସିଂ ଗୋଗାମେଡି ଏବଂ ସିଦ୍ଧୁ ମୁସେଓ୍ଵାଲା ହତ୍ୟା ମାମଲାରେ ମଧ୍ୟ ରୋହିତ ଗୋଦରାଙ୍କ ନାମ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.