ଯାତ୍ରା ଦେଖିବା ହେଲା କାଳ, ଅଧାବାଟରେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ଦନ୍ତା ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଯାତ୍ରା ଦେଖିବାକୁ ଯାଉଥିବା ବେଳେ ଗୁରୁଡ଼ି ଝାଟିଆ ଥାନା ଅନ୍ତର୍ଗତ କାଣ୍ଡ ମୁଗୁରୀ ଗାଁର ଟୁବୁରୁ ହନାଗାଙ୍କୁ ଦଳି ଦେଲା ହାତୀ ।

ଆଠଗଡ଼ (କେନ୍ୟୁଜ): ଦନ୍ତା ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଯାତ୍ରା ଦେଖିବାକୁ ଯାଉଥିବା ବେଳେ ଗୁରୁଡ଼ି ଝାଟିଆ ଥାନା ଅନ୍ତର୍ଗତ କାଣ୍ଡ ମୁଗୁରୀ ଗାଁର ଟୁବୁରୁ ହନାଗାଙ୍କୁ ଦଳି ଦେଲା ହାତୀ । ଗତକାଲି ରାତିରେ ଅଶୋକାଷ୍ଟମୀ ଯାତ୍ରା ଦେଖିବା ପାଇଁ ପାଖ ଗାଁ ରାଧା ଦାମୋଦର ପୁରକୁ ଯାଉଥିଲେ । ଏହି ସମୟରେ ମତ୍ସ୍ୟପୁର ଗାଁ ନିକଟରେ ଏକ ଫାର୍ମ ପାଖରେ ହାତୀ ଆକ୍ରମଣର ଶୀକାର ହୋଇଥିଲେ। ଖବର ପାଇ ଖୁଣ୍ଟୁଣୀ ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଯୋଗ୍ୟ ଗତ ତିନି ଦିନ ପୂର୍ବେ ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କନ୍ଧରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଗୋବରୀ ଗାଁରେ ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲସ । ମୃତକ ଜଣଙ୍କ ହେଲେ ସୁର ମୁଣ୍ଡା (୬୦) । ଘର ପାଖ ପଡିଆକୁ ମହୁଲ ଫୁଲ ଗୋଟାଇବାକୁ ଯାଇଥିବା ବେଳେ ଜଙ୍ଗଲରେ ଦନ୍ତା ହାତୀ କଚାଡ଼ି ମାରି ମାରିଥିଲା ଜଣାପଡ଼ିଛି । ସେଠାରେ ହିଁ ସୁରଙ୍କର ମୃତ୍ୟୁ ହୋଇଥିଲା ।

You might also like