ଦୁବାଇରେ ମୂଷଳଧାରାରେ ବର୍ଷା: ବୁଡିଲା ବିମାନ ବନ୍ଦର, ବନ୍ଦ ସବୁ ଶିକ୍ଷାନୁଷ୍ଠାନ

ଦୁବାଇରେ ପ୍ରବଳ ବର୍ଷା । ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି । ରାସ୍ତାଘାଟରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । ବର୍ଷା ଏବଂ ପବନ ଯୋଗୁଁ ଦୁବାଇ ଏୟାରପୋର୍ଟରୁ ବିମାନ ଉଡ଼ାଣ ସାମୟିକ ଭାବେ ବାତିଲ କରାଯାଇଛି । ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଯୋଗୁ ଜନଜୀବନ ଏକ ପ୍ରକାରର ବେହାଲ୍‌ ହୋଇଯାଇଛି ।

ଦୁବାଇରେ ପ୍ରବଳ ବର୍ଷା । ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି । ରାସ୍ତାଘାଟରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । ବର୍ଷା ଏବଂ ପବନ ଯୋଗୁଁ ଦୁବାଇ ଏୟାରପୋର୍ଟରୁ ବିମାନ ଉଡ଼ାଣ ସାମୟିକ ଭାବେ ବାତିଲ କରାଯାଇଛି । ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଯୋଗୁ ଜନଜୀବନ ଏକ ପ୍ରକାରର ବେହାଲ୍‌ ହୋଇଯାଇଛି ।

ବିଶେଷକରି ଦୁବାଇ ରାସ୍ତାରେ ଜଳ ନିଷ୍କାସନ ସମସ୍ୟା ଉପୁଜିଛି । ରାସ୍ତାର ଅନେକ ଫୁଟ ଉଚ୍ଚରେ ପାଣିର ସୁଅ ଚାଲିଛି, ଯାହାଫଳରେ ଯାତାୟାତ ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଛି । ରାସ୍ତାଗୁଡ଼ିକ ଜଳମଗ୍ନ ହୋଇଯାଇଛି । ଦୁବାଇରେ ଏ ପ୍ରକାରର ବିଭୀଷିକା ଆଣିଛି ବର୍ଷା ।

ରାତି ସାରା ମୂଷଳଧାରାରେ ବର୍ଷା ପରେ ଏମିତି ଅବସ୍ଥା ଉପୁଯିଛି । ରାସ୍ତାରେ ପାଣିର ପ୍ରବଳ ସୁଅ ଛୁଟୁଛି । ବୁଡ଼ିଯାଇଛି ମେଟ୍ରୋ ଷ୍ଟେସନ୍ । କେଉଁଠି ମଲରେ ବନ୍ୟା ପାଣି ପଶିଛି ତ କେଉଁଠି ଜନବସତି ଜଳାର୍ଣ୍ଣବ । ଲୋକଙ୍କ ଘରେ ବି ପଶିଛି ବନ୍ୟା ପାଣି । ଯାହାଫଳରେ ଦୁବାଇରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି । ସରକାରୀ କର୍ମଚାରୀ ୱାର୍କ ଫ୍ରମ୍ ହୋମ୍ କରୁଛନ୍ତି ।

ସୂଚନା ମୁତାବକ, ଏହାପୂର୍ବରୁ ଗତ ମଙ୍ଗଳବାର ସନ୍ଧ୍ୟାରେ ଦୁବାଇ ବିମାନ ବନ୍ଦରରେ ୧୦୦ ରୁ ଅଧିକ ବିମାନ ଉଡାଣ ପାଇଁ ଆଶା କରାଯାଉଥିବାବେଳେ, ଏଭଳି ଅସାଧାରଣ ପାଗକୁ ନଜରରେ ରଖି ସମସ୍ତ ବିମାନ ବାତିଲ ପାଇଁ ପଦକ୍ଷେପ ନିଆଯାଇଥିଲା । ବିମାନ ଉଡ଼ାଣ ସନ୍ଧ୍ୟା ସମୟ ଯାଏ କାର୍ଯ୍ୟକ୍ଷମ ରହିଥିଲା ​​କିନ୍ତୁ ବିଳମ୍ବ ରାତିରେ ଏହାକୁ ବାତିଲ କରାଯାଇଥିଲା ।

ପ୍ରବଳ ବର୍ଷା କାରଣରୁ ବିମାନ ବନ୍ଦରକୁ ପ୍ରବେଶ ରାସ୍ତା ମଧ୍ୟ ଖରାପ ହୋଇଯାଇଥିଲା । ଖରାପ ପାଣିପାଗ କାରଣରୁ ବୁଧବାର ସକାଳ ପର୍ଯ୍ୟନ୍ତ ଦୁବାଇରୁ ଯାଉଥିବା ସମସ୍ତ ବିମାନକୁ ସାମୟିକ ଭାବେ ସ୍ଥଗିତ ରଖିଛି ବୋଲି ୟୁଏଇ ରାଜ୍ୟ ସମ୍ବାଦ ଏଜେନ୍ସି ରିପୋର୍ଟ ପ୍ରଦାନ କରିଛି ।

ସତ କହିବାକୁ ଗଲେ ମୂଷଳଧାରାରେ ବର୍ଷା ହେବା କାରଣରୁ ଏକ ପ୍ରକାରର ଠପ୍ ହୋଇଯାଇଛି ମଧ୍ୟ ପୂର୍ବର ଆର୍ଥିକ ହବ୍ ଦୁବାଇ । ଯାହାଫଳରେ ସଂଯୁକ୍ତ ଆରବ ଅମିରାତ ଏବଂ ବହାରିନ୍ ରେ ବନ୍ୟା ହୋଇଛି । ଯାହଫଳରେ ଗତ ରବିବାର ଏବଂ ସୋମବାର ଦିନ ଓମାନରେ ପାଖାପାଖି ୧୮ଜଣଙ୍କ ଜୀବନ ଯାଇଥିବା ଖବର ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.